ଭଦ୍ରକ: ଏକ ମାସ ତଳେ ପତ୍ନୀ ଚାଲି ଯାଇଥିଲେ । କୁନିଝିଅର ଦାୟିତ୍ୱ ଥିଲା ବାପାଙ୍କ ଉପରେ । ହେଲେ କୁନିଝିଅକୁ ଧରି ନଦୀକୁ ଡେଇଁ ପଡିଲେ ଯୁବକ । ଗତକାଲିରୁ ଖୋଜାଖୋଜି ଚାଲିଛି । ହେଲେ କାହାର ପତ୍ତା ମିଳିନି । ଏମିିତି ଦୁଃଖଦ ଆଉ ହୃଦୟଥରା ଘଟଣା ଘଟିଛି ଭଦ୍ରକ ଜିଲ୍ଲାବାଲି ପୋଖରୀ ପଞ୍ଚାୟତର ପରମାନନ୍ଦପୁର ଗ୍ରାମରେ ।
ପ୍ରତ୍ୟକ୍ଷ ଦର୍ଶୀଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ସମୟରେ ପରମାନନ୍ଦ ପୁର ଗ୍ରାମର ଚନ୍ଦନ ସାହୁ (୩୦)ଓ ତାଙ୍କ ନାବାଳିକା ଝିଅ ମୋଟର ସାଇକେଲରେ ଗାଁରୁ ବାହାରି ଆସିଲେ । ପୋଲ ଉପରେ ଅଟକିଥିଲେ। ସେଠାରେ ମୋଵାଇଲ, ଜୋତା ଓ ବାଇକ ରଖି ଦୁହେଁ ନଦୀକୁ ଡେଇଁ ପଡିଥିଲେ ।
ସ୍ଥାନୀୟ ଲୋକେ ଦେଖି ତୁରନ୍ତି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ,ଦମକଳ ଓ ଓଡ୍ରାଫ ଦଳ ପହଂଚି ନଦୀ ମଧ୍ୟରେ ଖୋଜା ଖୋଜି ଆରମ୍ଭ କରିଥିଲେ।
ସୂଚନାଥାଉ କି, ୪ ବର୍ଷ ତଳେ ଚନ୍ଦନଙ୍କର ବିବାହ ହୋଇଥିଲା । ଚନ୍ଦନ ସୁରତର ଏକ ସୂତା ମିଲରେ କାମ କରୁଥିଲେ । ବିବାହ ପରେ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ ସହ ସୁରତରେ ରହୁଥିଲେ । ହେଲେ ଝିଅ ଜନ୍ମ ହେବା ପରେ ପାରିବାରିକ ଅଶାନ୍ତି କାରଣରୁ ପତ୍ନୀ ସୁରତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।
ପତ୍ନୀଙ୍କ ମୃତ୍ୟୁ ପରଠାରୁ ମାନସିକ ଚାପରେ ଥିଲେ ତପନ । ଅଢେଇ ବର୍ଷର ଝିଅ ସହ ଘରକୁ ଫେରି ଆସିଥିଲେ । ହେଲେ ତାଙ୍କ ମନ ଭଲ ଲାଗୁନଥିବା ସବୁବେଳେ କହୁଥିଲେ । ପତ୍ନୀଙ୍କ ପାଖକୁ ପଳାଇବେ ବୋଲି ଘର ଲୋକ ଓ ସମ୍ପର୍କୀୟଙ୍କୁ ବାରମ୍ବାର କହୁଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ରାତିରେ ଅଢେଇ ବର୍ଷର ଝିଅ କୁଆଡେ ତାଙ୍କ ଜେଜେଙ୍କୁ ଫୋନ୍ କରିଥିଲେ । ବାପା ଓ ସେ ମା’ଙ୍କ ପାଖକୁ ଯାଉଛନ୍ତି ବୋଲି କହିଥିଲେ । ଏହା ପରେ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା ।
Comments are closed.