Latest Odisha News

BREAKING NEWS

କଲେଜ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଘଟଣା; ସାଙ୍ଘାତିକ ଅଭିଯୋଗ ଆଣିଲେ ପୀଡ଼ିତାଙ୍କ ବାପା..

ବାଲେଶ୍ବର: ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟର ଜଣେ କଲେଜ ଛାତ୍ରୀ ଆତ୍ମହୁତି ଉଦ୍ୟମ ଘଟଣା । ପ୍ରିନ୍ସିପାଲ ଓ ଏଚଓଡିଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପୀଡ଼ିତାଙ୍କ ବାପା । ସେ କହିଛନ୍ତି ମୋ ଝିଅକୁ ପ୍ରିନ୍ସିପାଲ ମାନସିକ ନିର୍ଯାତନା ଦେଇଛନ୍ତି । ପ୍ରିନ୍ସିପାଲ କହିଥିଲେ ସବୁ ଭୁଲ୍‌ ଝିଅର, ଏଚଓଡିଙ୍କର କିଛି ଭୁଲ୍ ନାହିଁ ।

ଅଭିଯୋଗ ଉଠାଇବାକୁ ଝିଅକୁ ବାଧ୍ୟ କରାଯାଇଥିଲା । ଏମିତିକି କଲେଜରୁ ବହିଷ୍କାର କରି ଦେବାକୁ ଧମକ ଦିଆଯାଇଛି । ଯେଉଁଥିପାଇଁ ଝିଅ ଆତ୍ମହୁତି ଉଦ୍ୟମ କରିଥିଲା ବୋଲି ପୀଡ଼ିତାଙ୍କ ବାପା ଅଭିଯୋଗ ଆଣିଛନ୍ତି ।

ଅଭିଯୋଗ ପରେ ଏଚଓଡି ଝିଅର ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇଥିଲେ । ମୋ ବିରୋଧରେ ଗଲେ ୬ ବର୍ଷ ଯାଏଁ ବ୍ୟାକ୍ ଲାଗିବ ବୋଲି କହି ଧମକାଇଥିଲେ । ଏଚଓଡିଙ୍କ ପାଇଁ ମୋ ଝିଅର ବ୍ୟାକ୍ ମଧ୍ୟ ଲାଗିଛି । ହେଲେ ମୋ ଝିଅ ବହୁତ ଭଲ ପାଠ ପଢେ । ପୀଡ଼ିତାଙ୍କ ବାପା କହିଛନ୍ତି, ପ୍ରିନ୍ସିପାଲଙ୍କ ପାଖକୁ ଯାଇ କହିଥିଲି, ଝିଅକୁ ଦୟା କରନ୍ତୁ । କଲେଜର ଅନ୍ୟ ୮ ଜଣଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିଲା । ହେଲେ ଆମ ଝିଅକୁ ଅନୁମତି ଦେଲେନାହିଁ ।

ଏହି ଘଟଣାରେ ଝିଅ ମୋର ଥାନାରେ ଏତଲା ଦେବାକୁ କହିତିଲା ହେଲେ ତାକୁ ମୁଁ ରୋକିଥିଲି ଆଉ ଶନିବାର ପ୍ରିନ୍ସିପାଲ ଚାମ୍ବରରୁ ଆସି ମୋ ଝିଅ ମାନସିକ ଭାରାକ୍ରାନ୍ତ ହରାଇ ଏଭଳି ପଦକ୍ଷେପ ନେଇଛି । ଯଦି କିଛି ନା କିଛି ଘଟଣା ହୋଇଛି ତାହା ସାମ୍ନାକୁ ଆସୁ । ସରକାର ଏଭଳି ଦଣ୍ଡ ଦିଅନ୍ତୁ, ଯେଭଳି ଘଟଣାର ପୁନରାବୃତ୍ତି ନ ହେଉ ବୋଲି ପୀଡ଼ିତାଙ୍କ ବାପା ଆକୁଳ ନିବେଦନ କରିଛନ୍ତି ।

ଅନ୍ୟପଟେ, ଭୁବନେଶ୍ବର ଏମ୍ସରେ ଚାଲିଛି ଆତ୍ମହୁତି ଉଦ୍ୟମ କରିଥିବା କଲେଜ ଛାତ୍ରୀଙ୍କ ଚିକିତ୍ସା । ସଙ୍କଟାପନ୍ନ ଅବସ୍ଥାରେ ବର୍ଣ୍ଣ ୟୁନିଟ୍‌ରେ ଚାଲିଛି ଚିକିତ୍ସା । ୧୨ ଜଣିଆ ଡାକ୍ତରୀ ଦଳ ଚିକିତ୍ସା ପାଇଁ ନିୟୋଜିତ ଅଛନ୍ତି । ଆବଶ୍ୟକ ହେଲେ ଏୟାରଲିଫ୍ଟ କରିବା ପାଇଁ ପ୍ରସ୍ତୁତି କରାଯିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ ପିଏଚଡି ଦ୍ବିତୀୟ ବର୍ଷର ଛାତ୍ରୀ ଜଣକ ପ୍ରିନ୍ସପାଲଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ପ୍ରିନ୍ସପାଲ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ମାନସିକ ଚାପରେ ଦିନ କାଟୁଥିଲେ ଛାତ୍ରୀ ଜଣକ । ଶେଷରେ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ।

Comments are closed.