Latest Odisha News

BREAKING NEWS

ଜହ୍ନରୁ ଖଣ୍ଡେ କିଣି ବାପା ଦେଲେ ପୁଅକୁ ଜନ୍ମ ଦିନର ଉପହାର

ଫତେହାବାଦ: ବାପାର ସ୍ନେହର ମୂଲ ସବୁ ପୁଅ ବୁଝି ପାରନ୍ତି ନାହିଁ । ପୁଅର ଖୁସି ପାଇଁ ବାପା ସବୁ କିଛି କରିପାରେ । ଏ ପରିକି ଜହ୍ନରୁ ଖଣ୍ଡେ କିଣିକି ଧରେଇ ଦିଏ । ଆଜ୍ଞା ହଁ ଏହା ସତ । ହରିୟାଣା ଫତେହପୁରରେ ଏ ଭଳି ଏକ ଘଟଣା ଘଟିଛି । ବ୍ୟବସାୟୀ ବରୁଣ ସୈନୀ ପୁଅକୁ ଏପରି ଏକ ଉପହାର ଦେବାକୁ ଚାହୁଁଥିଲେ ଯାହା କି ସମସ୍ତଙ୍କଠାରୁ ଭିନ୍ନ ହୋଇଥିବ । ସେ ଏ ନେଇ ଆମେରିକାର ଇଂଟରନ୍ୟାଶନାଲ ଲୁନାର ଲ୍ୟାଣ୍ଡ ଅଥରିଟିଙ୍କ ନିକଟରେ ଲୁନାର ପ୍ରପର୍ଟି ରେଜିଷ୍ଟର କରିଥିଲେ । ଦେଢ଼ ମାସ ପରେ ତାଙ୍କୁ ଜହ୍ନରେ ଜାଗା କିଣିବା ପାଇଁ ଅନୁମତି ମିଳିଥିଲା । ପାଖାପାଖି ୨ ଏକର ଜାଗା ସେ ପୁଅ ନାମରେ କରିଥିଲେ । ତେବେ ଏଥିପାଇଁ କେତେ ଅର୍ଥ ଖର୍ଚ୍ଚ ହେଲା ତାହା ସେ ପ୍ରକାଶ କରି ନାହାନ୍ତି । ତାଙ୍କ ମତରେ ପୁଅ ଯେତେବେଳେ ବଡ ହେବ ତାହା ପାଇଁ ଏହା ଅମୂଲ୍ୟ ହୋଇ ଯାଇଥିବ ।

ଲେକ ଅଫ ହ୍ୟାପିନେସ ୧୮୭୨ ନର୍ଥ ଲାଟିଟ୍ୟୁଡ ୫୦୨ ଇଷ୍ଟ ଲଙ୍ଗୀଟ୍ୟୁଡ ଟ୍ରାକ ୫୫ ପାର୍ସଲ ୧୦୦୭୧ରେ ତାଙ୍କ ନାମ ଲିପିବଦ୍ଧ ହୋଇଛି । ନିଜ ଜାଗା ଉପରେ ନଜର ରଖିବା ପାଇଁ ସେ ଏକ ଟେଲିସ୍କୋପ ମଧ୍ୟ କିଣିଛନ୍ତି । ସେ ଏ ନେଇ ମଜାରେ କହିଛନ୍ତି ଯେ, ଏଲନ ମସ୍କ କେବେ ଆମମାନଙ୍କୁ ଚନ୍ଦ୍ରପୃଷ୍ଠକୁ ନେବେ ତାହା ଅପେକ୍ଷା କରିଛି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦ୍ୱାରା ସେ ଅନୁପ୍ରାଣୀତ ହୋଇ ଏହି ଜାଗା କିଣିଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.