Latest Odisha News

BREAKING NEWS

ନକଲି ଗୋଦାମ ଉପରେ ପୋଲିସର ଚଢାଉ

ଭୁବନେଶ୍ୱର:  ଭୁବନେଶ୍ୱର ଉପକଣ୍ଠ ହଂସପାଳ ପାଖରେ ଥିବା ଶିବଶକ୍ତିନଗର ଲେନ୍ ୧୫ରେ ଚଢାଉ ବେଳେ ନକଲି ଗୋଦାମ ଠାବ କରିଛି ପାହଳ ପୋଲିସ । ଏହି ଗୋଦାମରେ ନକଲି ଲୁଣ ଓ ସର୍ଫ ଗୁଣ୍ଡକୁ ବ୍ରାଣ୍ଡେଡ କଂପାନୀର ଜରିରେ ଭର୍ତ୍ତି କରାଯାଇ ପ୍ୟାକଂ କରାଯାଉଥିଲା ।

ଏଠାରୁ ଖେଲା ବଜାରରେ ବିକ୍ରି କରିବା ପାଇଁ ଛଡ଼ା ଯାଉଥିଲା । ବ୍ରାଣ୍ଡେଡ କଂପାନୀର ପ୍ୟାକଟ ଲୋଗକୁ ଏପରି ପ୍ରଣ୍ଟିଂ କରାଯାଇ ଥିଲା ଯେ, ତାହା ସାଧାରଣ ଗ୍ରାହକଟିଏ ପାଇଁ ଜାଣିବା ସହଜ ନଥିଲା  । ସାଧାରଣ ଗ୍ରାହକକୁ ଠକାଇ ଏଭଳି ନକଲି ସାମଗ୍ରୀ ବଜାରକୁ ଛାଡି ଦୀର୍ଘଦିନ ହେଲା ଲାଭ କମାଉଥିଲେ ଅସାଧୁ ବେପାରୀ ।

କୌଣସି ସୁତ୍ରରୁ ଖବର ପାଇ କମିସନରେଟ ପୋଲିସର ଏକ ଟିମ ଚଢାଉ କରିଥିଲା । ଏହାପରେ ପୋଲିସ ନକଲି ପ୍ୟାକେଟ ଗୁଡିକୁ ଜବତ କରିବାସହ  ଜଣେ ଯୁବକଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି  ।

Leave A Reply

Your email address will not be published.