Latest Odisha News

୩ ଜଣଙ୍କୁ ହତ୍ୟା ମାମଲାରେ ବାପାଙ୍କୁ ଫାଶୀଦଣ୍ଡ, ପୁଅକୁ ଆଜୀବନ ଜେଲ୍

ସମ୍ବଲପୁର: ବାପାକୁ ଫାଶୀ, ପୁଅକୁ ଆଜୀବନ ଜେଲ୍ । ଲପଡ଼ା ଗାଁରେ ତିନିଜଣଙ୍କୁ ହତ୍ୟା ମାମଲାରେ ସମ୍ବଲପୁର ଜିଲ୍ଲା କୋର୍ଟ ବାପାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ବେଳେ ପୁଅକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

୨୦୨୦ ମହୁଲପାଲି ଥାନା ଲପଡ଼ା ଗାଁରେ ତିନିଜଣଙ୍କୁ ହତ୍ୟା କରାଯାଇଥିଲା । ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରିଥିଲା ନବୀନ । ବାପାକୁ ସହଯୋଗ କରିଥିଲା ପୁଅ ହେମାନନ୍ଦ । ଏହି ମାମଲାରେ ବାପା ନବୀନ ଦେହୁରୀକୁ ଫାଶୀ ଦଣ୍ଡାଦେଶ ସହ ପୁଅ ହେମାନନ୍ଦକୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି ।

ବାମରା ବ୍ଲକ ଅନ୍ତର୍ଗତ ଲପଡ଼ା ଗାଁରେ ଦିନ ଦ୍ୱିପ୍ରହରରେ ଟ୍ରିପଲ୍ ମର୍ଡର ହୋଇଥିଲା । ୩ ଏକର ଜମିକୁ ନେଇ ଦୀର୍ଘଦିନରୁ ଲାଗି ରହିଥିଲା ବିବାଦ । ଜମିକୁ ନେଇ ନବୀନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଅପର ପକ୍ଷ ସପକ୍ଷରେ କୋର୍ଟ ରାୟ ଦେଇଥିଲେ । ଏଭଳି ୪ ଥର କୋର୍ଟଙ୍କ ଦ୍ୱାରସ୍ଥ ହୋଇ ପ୍ରତିଥର ହାରିଥିଲେ ନବୀନ ।

ଖରିଫ ଋତୁର ଅପର ପକ୍ଷ ଚାଷ କରିବା ବେଳେ ନବୀନ ମଧ୍ୟ ଉକ୍ତ ବିବାଦୀୟ ଜମିରେ ପୁଅ ସହ ଚାଷ କରିବାକୁ ଯାଇଥିଲା । ଯାହାକୁ ନେଇ କଥା କଟାକଟି ହେବା ପରେ ବାପପୁଅ ମିଶି ତୀରବତି ବେହେରା, ସାବିତ୍ରୀ ସାହୁ ଓ ଗିରିଧାରୀ ସାହୁଙ୍କୁ ହତ୍ୟା କରିଥିଲେ ।

Leave A Reply

Your email address will not be published.