Latest Odisha News

BREAKING NEWS

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା; ସାମ୍ନାକୁ ଆସିଲା କଲ୍ ଡିଟେଲ ରିପାେର୍ଟ

ଭୁବନେଶ୍ୱର: ବାର ଗର୍ଲ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ । ଏପଟେ ଶୁଭଲକ୍ଷ୍ମୀର କଲ ଡିଟେଲ୍ସ ପୋଲିସର ହସ୍ତଗତ ହୋଇଥିବାବେଳେ ୨ୟ ବୟଫ୍ରେଣ୍ଡକୁ ଥାନାକୁ ଡାକି ଜେରା କରିଛି। ଶୁଭଲକ୍ଷ୍ମୀର ମୃତ୍ୟୁକୁ ନେଇ ପୋଲିସ ଅଡୁଆ ଜାଲରେ ଛନ୍ଦି ହୋଇପଡିଥିବାବେଳେ କଲ ଡିଟେଲ୍ସ ରିପୋର୍ଟରୁ ମିଳିବ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ କାହା ସାଙ୍ଗେ କଥା ହୋଇଥିଲେ, କାହା ସହ ନିୟମିତ ଏବଂ ଅଧିକ ସମୟ କଥା ହୁଅନ୍ତି ତାର ତଥ୍ୟ ମଧ୍ୟ ମିଳିବ ।

କଟକରୋଡରେ ଥିବା ହୋଟେଲ୍ ଦୀପାଳିରୁ ଶୁଭଲକ୍ଷ୍ମୀ ସାହୁଙ୍କ ମୃତହେଦ ଜବତ କରାଯାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରେ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି କୁହାଯାଇଥିବାବେଳେ ଭିଷେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେହିପରି ପ୍ରଥମ ବୟଫ୍ରେଣ୍ଡ ସଞ୍ଜୟ ପରେ ଆଜି ଦ୍ଵିତୀୟ ବୟଫ୍ରେଣ୍ଡ ଅନୀଲକୁ ଥାନାକୁ ଡାକି ଜେରା କରାଯାଇଛି । ଶୁଭଲକ୍ଷ୍ମୀ କମଳା ନେହରୁ ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟର +୨ କଳା ଛାତ୍ରୀ। ଶନିବାର ଦୀପାଳି ହୋଟେଲରୁ ତାଙ୍କର ମୃତ ଦେହ ଉଦ୍ଧାର କରା ଯାଇଥିଲା ।

ଶୁଭଲକ୍ଷ୍ମୀ ଶୁକ୍ରବାର ଅପରାହ୍ନ ୩ଟା ୨୦ରେ ଦୀପାଳି ହୋଟେଲକୁ ଆସିଥିଲେ। ହୋଟେଲର ଅତିଥି ରେଜିଷ୍ଟରରେ ତାଙ୍କର ନାଁ ରହିଛି । ସେ ହୋଟେଲର ୨୦୫ ନମ୍ବର ରୁମ ବୁକ କରିଥିଲେ । ହେଲେ ପରଦିନ ସେ ରୁମରୁ ବାହାରି ନଥିଲେ। କବାଟ ବାଡ଼େଇଲେ ବି କିଛି ଉତ୍ତର ମିଳି ନ ଥିଲା । ଅପରାହ୍ନ ପ୍ରାୟ ୫ଟାରେ ହୁକ୍ ଭାଙ୍ଗିବା ପରେ ଶୁଭଲକ୍ଷ୍ମୀ ଝୁଲୁଥିବା ହୋଟେଲ୍ କର୍ମଚାରୀ ଦେଖିଥିଲେ।

ଗତକାଲି କ୍ୟାପିଟାଲ୍ ହସ୍ପିଟାଲ୍ ପକ୍ଷରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା । ବ୍ୟବଚ୍ଛେଦ ସମୟର ୨୪ରୁ ୩୬ ଘଣ୍ଟା ମଧ୍ୟରେ ତାଙ୍କ ମୃତ୍ୟୁ ଘଟିଥିବା ଏବଂ ଶ୍ବାସରୁଦ୍ଧ ଯୋଗୁଁ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ କୁହାଯାଇଥିଲା । ସେ ଝୁଲିପଡ଼ିଥିବାରୁ ତାଙ୍କ ବେକରେ ଓଢ଼ଣି ଦାଗ ରହିଛି। ଏହାଛଡ଼ା ଶରୀର ଅନ୍ୟ କୌଣସି ସ୍ଥାନରେ କ୍ଷତଚିହ୍ନ ନଥିବା ସ୍ପଷ୍ଟ ହୋଇଥିଲା । ତେବେ ତାଙ୍କ ଭିସେରାକୁ ଆଜି ଏସ୍ଏଫ୍ଏସ୍ଏଲ୍କୁ ପଠାଯାଇଛି ଜ୍ଝ ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ଗୁମର ଖୋଲିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.