Latest Odisha News

BREAKING NEWS

୫ ରୁ ୧୧ ବର୍ଷ ପିଲାଙ୍କୁ ନଭେମ୍ବରରୁ ମିଳିବ ଟିକା!

ୱାଶିଂଟନ୍: ପିଲାଙ୍କ ଲାଗି ଭଲ ଖବର। ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ଟିକା ନଭେମ୍ବରର ପ୍ରଥମାର୍ଦ୍ଧରେ ଉପଲବ୍ଧ ହୋଇପାରେ ବୋଲି ଆମେରିକାର ପ୍ରମୁଖ ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫାଉସି କହିଛନ୍ତି। ଏହାଦ୍ବାରା ଅନେକ ପିଲା ଟିକାକରଣର ସୁବିଧା ପାଇପାରିବେ ବେ‌ାଲି ସେ କହିଛନ୍ତି।

ଫାଉସି କହିଛନ୍ତି ଯେ ଯଦି ସବୁ ଠିକ୍ ଚାଲେ, ଏବଂ ଆମେ ସିଡିସିରୁ ନିୟାମକ ଅନୁମୋଦନ ଏବଂ ସୁପାରିଶ ପାଉ, ତେବେ ନଭେମ୍ବରର ପ୍ରଥମ କି ଦ୍ବିତୀୟ ସପ୍ତାହ ମଧ୍ୟରେ ୫ ରୁ ୧୧ ବର୍ଷ ପର୍ଯ୍ୟନ୍ତ ପିଲା ଟିକା ପାଇପାରିବେ।

Comments are closed.