Latest Odisha News

BREAKING NEWS

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର, ଧବଳେଶ୍ୱର ପୀଠ ଖାଁ ଖାଁ

ଆଠଗଡ଼: ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର। ଆଜିର ଦିନରେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଏହି ଦିନ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ। ମହାଦେବଙ୍କ ପାଖରେ ମାନସିକ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଚଳିତବର୍ଷ କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ୱର ପୀଠ ଖାଁ ଖାଁ।

କଟକର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଚଳିତ କାର୍ତ୍ତିକ ମାସର ପ୍ରଥମ ସୋମବାରକୁ ୧୪୪ଧାରା ଜାରୀ କରାଯାଇଛି। ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେନି ଭକ୍ତ। ଭୋର ୪ଟାରୁ ରାତି ଦଶଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପୀଠ ନଆସିବାକୁ ବାରଣ କରାଯାଇଛି।

ଭକ୍ତଙ୍କ ବିନା ମନ୍ଦିର ଖାଁ ଖାଁ। ପୂଜକ ସମିତି ପକ୍ଷରୁ ଭୋର ୪ଟାରୁ ପହଡ଼ ଖୋଲାଯାଇ ୧୦୮ଜଳରେ ବାବାଙ୍କୁ ସ୍ନାନ ପରେ ମଙ୍ଗଳାଆଳତୀ, ମଇଲମ୍, ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା।

Leave A Reply

Your email address will not be published.