Latest Odisha News

BREAKING NEWS

John Bolton:ଭାରତ ଉପରେ ଟ୍ରମ୍ପଙ୍କ ଟାରିଫକୁ ସମାଲୋଚନା କରିଥିବା ଜନ ବୋଲ୍‌ଟନଙ୍କ ଘରେ ଏଫବିଆଇ ଚଢାଉ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ସୁରକ୍ଷା ପରାମର୍ଶଦାତା ତଥା ବର୍ତ୍ତମାନ ତାଙ୍କର କଠୋର ସମାଲୋଚକ ଜନ୍ ବୋଲ୍ଟନ(John Bolton)ଙ୍କ ଘରେ ଏଫବିଆଇ (FBI) ଚଢାଉ କରିଛି। ସୂଚନାଥାଉକି ବୋଲ୍ଟନ୍ ଟ୍ରମ୍ପଙ୍କ ଭାରତ ସହିତ ସମ୍ପର୍କ ନୀତି ଏବଂ ଦଣ୍ଡାତ୍ମକ ଶୁଳ୍କ ଲାଗୁକୁ ସମାଲୋଚନା କରିବାର ଗୋଟିଏ ଦିନ ପରେ ଅର୍ଥାତି ଶୁକ୍ରବାର ଏହି ଚଢାଉ ହୋଇଛି ।

ନ୍ୟୁଜ୍ ଏଜେନ୍ସି ଏପିର ରିପୋର୍ଟ ଅନୁଯାୟୀ, କିଛି ନିର୍ଦ୍ଦିଷ୍ଟ ଡକ୍ୟୁମେଣ୍ଟ ପରିଚାଳନରେ ସମସ୍ୟା ନେଇ ଏଫ୍‌ବିଆଇ ଚଢ଼ାଉ କରିଛି। କିନ୍ତୁ ଟ୍ରମ୍ପଙ୍କ ପୂର୍ବତନ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲ୍ଟନଙ୍କୁ ଏପର୍ଯ୍ୟନ୍ତ ଅଟକ ରଖାଯାଇନାହିଁ କିମ୍ବା ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ମଧ୍ୟ ଲଗାଯାଇନାହିଁ।

ବୋଲ୍ଟନ୍ X ରେ ଏକ ପୋଷ୍ଟରେ କହିଥିଲେ”ଯେତେବେଳେ ଟ୍ରମ୍ପ ରୁଷୀୟ ତେଲ କିଣିବା ପାଇଁ ଭାରତ ଉପରେ ଶୁଳ୍କ ଲଗାଇଥିଲେ କିନ୍ତୁ ଚୀନ୍ ଉପରେ ନୁହେଁ, ଏହା ହିଁ ଭାରତ ରୁଷ-ଚୀନ୍ ସହିତ ନିକଟତର ହେବାର କାରଣ । ଏହା ପ୍ରତି ଧ୍ୟାନ ନ ଦେବା ଟ୍ରମ୍ପ ପ୍ରଶାସନର ଏକ ଅନିଚ୍ଛାକୃତ ଭୁଲ,”

ସୂଚନାଥାଉକି, ବୋଲ୍ଟନ୍ ସାକ୍ଷାତକାରରେ କହିଥିଲେ ଯେ ଋଷ ଉପରେ କୌଣସି ନୂତନ କଟକଣା ଲାଗୁ କରାଯାଇ ନାହିଁ। ଚୀନ୍ ଉପରେ ମଧ୍ୟ କୌଣସି କଟକଣା ନାହିଁ, ଯେତେବେଳେ କି ସେହି ଦେଶ ଯିଏ ଋଷରୁ ତେଲ ଏବଂ ଗ୍ୟାସ ଅଧିକ ଆମଦାନୀ କରେ। କେବଳ ଭାରତକୁ ଟାର୍ଗେଟ କରାଯାଇଛି।

 

Comments are closed.