Latest Odisha News

BREAKING NEWS

ବାଇଡେନଙ୍କ ଶପଥ ସମାରୋହରେ ହିଂସା ଆଶଙ୍କା: ୫୦ ରାଜ୍ୟ ପୋଲିସ ପ୍ରମୁଖଙ୍କୁ ସତର୍କ କରାଇଲା ଏଫବିଆଇ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ଶପଥ ସମାରୋହରେ ଡୋନାଲ୍ଡ ଟ୍ରମ୍ପ ସମର୍ଥକ ବଡ ଧରଣର ହିଂସା ଘଟାଇବା ପାଇଁ ଷଡଯନ୍ତ୍ର କରୁଛନ୍ତି । ଏଫବିଆଇ ଏ ନେଇ ୫୦ ରାଜ୍ୟର ସମସ୍ତ ପୋଲିସ ପ୍ରମୁଖଙ୍କୁ ସତର୍କ କରାଇ ଦେଇଛି । ୨୦ ଜାନୁୟାରୀ ପରେ କିଛି ଦିନ ଆପଣମାନଙ୍କୁ ହାଇ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ମୁତାବକ ଏଫବିଆଇ ଡାଇରେକ୍ଟର କ୍ରିଷ୍ଟୋଫର ବେରୀ ଓ ହୋମଲ୍ୟାଣ୍ଡ ସିକ୍ୟୁରିଟି କେନିଥ କୁସନେଲି ବୁଧବାର ଏ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ସୁରକ୍ଷା ଏବଂ ଯାଂଚ ଏଜେନ୍ସି ନ୍ୟୁୟର୍କ ଓ ୱାଶିଂଟନ ଡିସିରେ ଟ୍ରମ୍ପ ସମର୍ଥକ ବେଶି ଅଶାନ୍ତି ସୃଷ୍ଟି କରିବା ଆଶଙ୍କ ରହିଛି ବୋଲି କହିଛନ୍ତି । ଯେଉଁ ସ୍ଥାନରେ ରିପବ୍ଲିକାନ ପାର୍ଟିର ସରକାର ଓ ଗଭର୍ଣ୍ଣର ଅଛନ୍ତି ସେଠାରେ ବିପଦ ଅଧିକ ରହିଛି ।

Leave A Reply

Your email address will not be published.