Latest Odisha News

BREAKING NEWS

ଶସ୍ତା ହେଲା ଗହମ, କାରଣ କହିଲା ଏଫସିଆଇ

ନୂଆଦିଲ୍ଲୀ: ଗହମ, ଚାଉଳର ବର୍ଦ୍ଧିତ ଦର ଓ ଦରବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବାକୁ ବିଗତ କିଛି ଦିନ ଧରି ଖୁଚୁରା ବଜାରରେ ବିକ୍ରି ଆରମ୍ଭ କରିଥିଲା ଭାରତୀୟ ଖାଦ୍ୟ ଉଦ୍ୟୋଗ। ଏଫସିଆଇ ପକ୍ଷରୁ ଗହମ ବିକ୍ରି ପରେ ଗହମର ମୂଲ୍ୟରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଥିଲା। ଫେବୃଆରୀ ଶେଷ ସୁଦ୍ଧା ଖୁଚୁରା ବଜାରରେ ଏଫସିଆଇ ଷ୍ଟକରୁ ଗହମ ବିକ୍ରି ବନ୍ଦ କରିବାକୁ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି। ପରବର୍ତ୍ତୀ ଋତୁ ଅର୍ଥାତ୍ ୨୦୨୪-୨୫ ବର୍ଷ ପାଇଁ ଶସ୍ୟ କିଣିବା ଉପରେ ରଣନୀତି ପ୍ରସ୍ତୁତ କରିବାକୁ ରାଜ୍ୟ ଖାଦ୍ୟ ସଚିବମାନଙ୍କର ଏକ ବୈଠକ ଡକାଯାଇଛି।

ଗଣମାଧ୍ୟମ ରିପୋର୍ଟ ମୁତାବକ ଗହମ ଦର କମ କରିବାକୁ ବଜାରରେ ଗହମର ହୋଲସେଲ ବିକ୍ରୟ ମାର୍ଚ୍ଚ ୧୫ ବଦଳରେ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଜାରି ରହିପାରେ। ଏଫସିଆଇ ଜୁନ୍ ୨୦୨୩ ପରେ ସାପ୍ତାହିକ ଇ-ନିଲାମ ମାଧ୍ୟମରେ ବହୁ ଉପଭୋକ୍ତାଙ୍କୁ ୮.୯୪ ନିୟୁତ ମେଟ୍ରିକ ଟନ୍ ଗହମ ବିକ୍ରି କରିଥିବା ନେଇ ସୂଚନା ରହିଛି। ଖୁଚୁରା ବଜାରରେ ଶସ୍ୟ ଯୋଗାଣ ଏବଂ ବିକ୍ରିରେ ଉନ୍ନତି ପରେ ଗହମର ମୁଦ୍ରାସ୍ଫୀତି ହାର ଡିସେମ୍ବରରେ ୪.୬୯ ପ୍ରତିଶତରୁ ଜାନୁଆରୀରେ ୨.୩୩ ପ୍ରତିଶତକୁ ହ୍ରାସ ପାଇଛି। ସେପଟେ ଆସନ୍ତା ୨୮ ତାରିଖରେ ଗହମ ଉତ୍ପାଦିତ ରାଜ୍ୟ ଗୁଡିକର ଖାଦ୍ୟ ସଚିବଙ୍କ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।

୧ ମାର୍ଚ୍ଚରୁ ଗହମ କିଣିବ ଉତ୍ତରପ୍ରଦେଶ
ବିଗତ ଖରିଫ ଋତୁରେ ଏଫସିଆଇ ଓ ଅନ୍ୟ ଏଜେନ୍ସି ଗୁଡ଼ିକ ଏମଏସପି ଅନୁଯାୟୀ ୨୬ ମେଟ୍ରିକ ଟନ ଗହମ କିଣିଥିଲେ। ଏହା ପୂର୍ବରୁ କେନ୍ଦ୍ର ସରକାର ଉତ୍ତରପ୍ରଦେଶ, ପଞ୍ଜାବ, ହରିଆଣା, ମଧ୍ୟପ୍ରଦେଶ ଓ ରାଜସ୍ଥାନ ସହିତ ଅନେକ ଗହମ ଉତ୍ପାଦନକାରୀ ରାଜ୍ୟ ଠାରୁ ଗହମଚାଷୀଙ୍କ ରେଜିଷ୍ଟ୍ରେସନ କରିବା ଓ କିଣିବା ପାଇଁ ପ୍ରତିଶୃତି ଦେଇଥିଲେ। ସାଧାରଣତଃ ଏପ୍ରିଲ ରୁ ଜୁନ ମଧ୍ୟରେ ଗହମ ଚାଷ ହୋଇଥାଏ। ଦେଶରେ ଗହମ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ ଏକ ନମ୍ବର ରହିଛି।

ପଞ୍ଜାବ ପରେ କେନ୍ଦ୍ରୀୟ ପୁଲ୍ ଷ୍ଟକ ଅନୁଯାୟୀ ଦ୍ୱିତୀୟ ବୃହତ୍ତମ ଗହମ ଉତ୍ପାଦନ କରୁଥିବା ରାଜ୍ୟ ମଧ୍ୟପ୍ରଦେଶକୁ ମାର୍ଚ୍ଚ ୧୫ ସୁଦ୍ଧା ଏମଏସପି ଅନୁଯାୟୀ କିଣାବାକୁ କରିବାକୁ କୁହାଯାଇଛି। ଏନେଇ ମଧ୍ୟପ୍ରଦେଶ ସରକାରଙ୍କ ସହ ଆଲୋଚନା ଚାଲିଛି ବୋଲି ଅଧିକାରୀମାନେ କହିଛନ୍ତି। ମଧ୍ୟପ୍ରଦେଶରେ କ୍ୱିଣ୍ଟାଲ ପିଛା ୨୧୭୫ ଟଙ୍କା ଏମଏସପି ଉପରେ ଏକ ବୋନସ ପ୍ରତିଶୃତି ଦିଆଯାଇଛି। ଖାଦ୍ୟ ମନ୍ତ୍ରଣାଳୟ ରାଜସ୍ଥାନରେ କ୍ୱିଣ୍ଟାଲ ପିଛା ୨୪୦୦ ଟଙ୍କାରେ ଗହମ କିଣିବାକୁ ଅନୁମୋଦନ କରିଛି, ଯେଉଁଥିରେ ଏମଏସପି ଉପରେ କ୍ୱିଣ୍ଟାଲ ପିଛା ୧୨୫ ଟଙ୍କାର ବୋନସ ମଧ୍ୟ ରହିଛି।

Leave A Reply

Your email address will not be published.