Latest Odisha News

BREAKING NEWS

୨୦୩୦ ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଅର୍ଥବ୍ୟବସ୍ଥିତ ରାଷ୍ଟ୍ର ହେବ, ରିପୋର୍ଟରେ ଆସିଲା ଚମକାଇଲା ଭଳି ତଥ୍ୟ

ନୂଆଦିଲ୍ଲୀ: ଭାରତର ଅର୍ଥବ୍ୟବସ୍ଥା ଦୃତ ବେଗରେ ବୃଦ୍ଧି ପାଉଛି। ବିଶ୍ୱ ବ୍ୟାଙ୍କ, ସଂଯୁକ୍ତ ରାଷ୍ଟ୍ର, ଅନ୍ତର୍ଜାତୀୟ ମନେଟାରି ଫଣ୍ଡ ଭଳି ଏଜେନ୍ସିଙ୍କ କହିବା ଅନୁଯାୟୀ ଭାରତୀୟ ଅର୍ଥବ୍ୟବସ୍ଥା ବିଶ୍ୱର ସବୁଠାରୁ ଦୃତ ବିକଶିତ ରାଷ୍ଟ୍ର ଭାବେ ଉଭା ହୋଇଛି। ଭାରତ ବର୍ତ୍ତମାନ ୭ ପ୍ରତିଶତରୁ ଅଧିକ ଗ୍ରୋଥ ରେଟ ରହିଛି। ସେହିପରି ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜିଡ଼ିପି ଆଗାମୀ ଚାରି ବର୍ଷ ମଧ୍ୟରେ ୫ ଟ୍ରିଲିୟନର ହୋଇଯିବ। ଏହାର ଅର୍ଥ ଜାପାନ, ଜର୍ମାନୀଙ୍କୁ ପଛରେ ପକାଇ ଭାରତ ତୃତୀୟ ଶକ୍ତିଶାଳୀ ଅର୍ଥ ବ୍ୟବସ୍ଥାର ସ୍ଥାନ ହେବ।

ଭାରତର ଅର୍ଥବ୍ୟବସ୍ଥା ଉପରେ ଆମେରିକୀୟ ନିବେଶକ ବ୍ୟାଙ୍କ ଜେଫରୀ କହିଛନ୍ତି କି ଭାରତ ୨୦୩୦ ସୁଦ୍ଧା ୧୦ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ହୋଇଯିବ। ଏହାର ଅର୍ଥ ଭାରତକୁ ଅଣଦେଖ କରିବା ବିଶ୍ୱର କୌଣସି ରାଷ୍ଟ୍ର ପାଇଁ ଅସମ୍ଭବ ହୋଇ ପଡ଼ିବ। ଏହା ସହିତ ସମଗ୍ର ବିଶ୍ୱରୁ ନିବେଶକମାନେ ଭାରତରେ ବିନିଯୋଗ କରିବାକୁ ପସନ୍ଦ କରିବେ। ଜେଫ୍ରି ଆହୁରି ମଧ୍ୟ କହିଛନ୍ତି ଯେ ଏକ ଦଶନ୍ଧି ପୂର୍ବରୁ ଭାରତ ନବମ ବୃହତ୍ତମ ଅର୍ଥନୀତି ଥିଲା କିନ୍ତୁ ଆଜି ଜିଡିପି ୩.୪ ଟ୍ରିଲିୟନ ଡଲାର ସହିତ ଏହା ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଜନସାଧାରଣ ଖରିଦ ଶକ୍ତି ଅନୁଯାୟୀ ଏହା ୧୩.୨ ଟ୍ରିଲିୟନ ଡଲାର ଛୁଇଁ ସାରିଛି। ଜେଫ୍ରି କହିଛନ୍ତି ଯେ ଏହି ପ୍ରସଙ୍ଗରେ ଏହା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି।

ଗ୍ରୋଥ ରେଟର କାରଣ
ଜେଫ୍ରି ଆହୁରି ମଧ୍ୟ କହିଛନ୍ତି କି ଭାରତର ଏହି ଗ୍ରୋଥ ରେଟ ପଛରେ ଅନେକ କାରଣ ରହିଛି। ଏଥିରେ ବ୍ୟାଙ୍କ ପର୍ସି ଆଇନ, ଜିଏସଟି ଲାଗୁ କରିବା, ରେରା ଆକ୍ଟ ଆଣିବା, ନୋଟବନ୍ଦୀ ଭଳି ଅନେକ ପରିବର୍ତ୍ତିତ ନିୟମ ସାମିଲ ରହିଛି। ଏହି ସବୁ ପରିବର୍ତ୍ତନ ଲମ୍ବା ସମୟ ପାଇଁ ଭଲ ସାବ୍ୟସ୍ତ ହୋଇଛି। କିନ୍ତୁ ସ୍ୱଳ୍ପ ସମୟ ଅବଧି ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହୋଇଛି। ଭାରତ ଆଗାମୀ ୫ ବର୍ଷ ପାଇଁ ୬ ପ୍ରତିଶତ ଅଭିବୃଦ୍ଧି ହାର ମଧ୍ୟ ଆକଳନ କରିଛି। ଏହା ଏପରି ଏକ ସମୟରେ ଘଟୁଛି ଯେତେବେଳେ ବିଶ୍ୱର ପ୍ରମୁଖ ଅର୍ଥନୀତିର ଅଭିବୃଦ୍ଧି ହାର ହ୍ରାସ ପାଉଛି।

Leave A Reply

Your email address will not be published.