Latest Odisha News

BREAKING NEWS

ଆଇପିଏଲର ଆଗାମୀ ସଂସ୍କରଣରୁ ଓହରିଲେ ସାମୀ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ସଂସ୍କରଣ ଆରମ୍ଭ ହେବାକୁ ଆଉ ପାଖାପାଖି ମାସେ ସମୟ ରହିଛି । ତେବେ ଏହା ମଧ୍ୟରେ ୨୦୨୨ ସଂସ୍କରଣର ଚାମ୍ପିୟନ ଟିମ ଗୁଜରାଟ ଟାଇଟାନ୍ସକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ମହମ୍ମଦ ସାମୀ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ବ୍ରିଟେନରେ ତାଙ୍କର ଅସ୍ତ୍ରୋପଚାର ହେବ । ଗତ ବର୍ଷ ଦିନିକିଆ ବିଶ୍ୱକପ ପରଠାରୁ ସାମୀ ଆଉ କୌଣସି ମ୍ୟାଚ ଖେଳି ନାହାନ୍ତି । ଆଘାତ ସମସ୍ୟା ଯୋଗୁ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବାଦ ଦିଆ ଯାଇଥିଲା । ଗୁଜରାଟର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଟିମକୁ ଯିବା ପରେ ଏବେ ସାମୀ ଓହରିଯିବା ଟିମ ମ୍ୟାନେଜମେଂଟକୁ ଚିନ୍ତାରେ ପକାଇଛି ।

ଆଇପିଏଲ ପରେ ଟି୨୦ ବିଶ୍ୱକପ ଆୟୋଜନ ହେବାକୁ ଥିବାରୁ ବିସିସିଆଇ ଚୟନ କମିଟିର ନଜର ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିଶ୍ଚିତ ଭାବେ ନଜର ରହିବ । ୨୦୨୨ରେ ସାମୀ ଗୁଜରାଟ ପକ୍ଷରୁ ୧୬ ମ୍ୟାଚରେ ୨୦ ଓ ୨୩ରେ ୧୭ ମ୍ୟାଚରୁ ୨୮ ୱିକେଟ ନେଇ ଦଳକୁ ଫାଇନାଲରେ ପ୍ରବେଶ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏବେ ଗୁଜରାଟ ମୋହିତ ଶର୍ମା ଓ ଉମେଶ ଯାଦବଙ୍କ ଉପରେ ବୋଲିଂ ବିଭାଗରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିବ ।

Leave A Reply

Your email address will not be published.