Latest Odisha News

ନବୀକରଣ ହେଲା ମିଶନାରୀଜ ଅଫ ଚ୍ୟାରିଟିର ଏଫସିଆରଏ ଲାଇସେନ୍ସ

କୋଲକାତା: ମଦର ଟେରେସା ମିଶନାରୀଜ ଅଫ ଚ୍ୟାରିଟିର ଏଫସିଆରଏ ଲାଇସେନ୍ସର ନବୀକରଣ ହୋଇଛି । ଏଫସିଆରଏ ୱେବସାଇଟ ଅନୁସାରେ ଗୃହ ମନ୍ତ୍ରଣାଳୟ ୨ ସପ୍ତାହ ଏହାର ନବୀକରଣକୁ ଅସ୍ୱୀକାର କରିବା ପରେ ଏବେ ଏହାକୁ ପୁନର୍ବାର କାର୍ଯ୍ୟକାରୀ କରିଛି । ଏ ନେଇ ସରକାରଙ୍କ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ ।

ଟିଏମସି ସାଂସଦ ଡେରେକ ଓ ବ୍ରାୟନ ଏହାର ଲାଇସେନ୍ସ ନବୀକରଣ ନ କରାଯିବା ନେଇ କେନ୍ଦ୍ର ସରକାରଙ୍କ ଆଲୋଚନା କରିଥିଲେ । ତେବେ ସରକାର ଏବଂ ମିଶନାରୀଜ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା । କେତେକ ଡକ୍ୟୁମେଂଟ ଅଭାବରୁ ଏହାକୁ ନବୀକରଣ କରାଯାଇ ନାହିଁ ବୋଲି କୁହା ଯାଇଥିଲା ।

Leave A Reply

Your email address will not be published.