Latest Odisha News

ଶ୍ରୀଲଙ୍କାରେ ହିଂସା ଉସକାଉଥିବା ବ୍ୟକ୍ତିକୁ ଗୁଳି କରିବାକୁ ନିର୍ଦ୍ଦେଶ

କଲମ୍ବୋ: ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରାଳୟ ମଙ୍ଗଳବାର କହିଛି ଯେ ଏକ ଅପ୍ରତ୍ୟାଶିତ ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଦେଶର ସେନାକୁ ହାଇ ଆଲର୍ଟରେ ରଖାଯାଇଛି । ତେବେ ଏହି ସମୟରେ ଅନେକ ହିଂସା ପରାୟଣ ହୋଇ ଉଠିଛନ୍ତି । ବିଭିନ୍ନ ସ୍ଥାନରେ ରାସ୍ତା ଘାଟ ବନ୍ଦ କରିବା ସହିତ ପୋଡା ଜଳା କରୁଛନ୍ତି। ଏହାକୁ ଆଉ ବରଦାସ୍ତ କରାଯିବନି ବୋଲି ଶ୍ରୀଲଙ୍କର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

ଏପରି ନକରିବାକୁ ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଜନସାଧାରଣଙ୍କୁ ଅନୁରୋଧ କରିବା ପରେ ମନ୍ତ୍ରାଳୟ ହିଂସାକାରୀଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ଦେଖାଦେଇଥିବା ସାଂଘାତିକ ଆର୍ଥିକ ସଙ୍କଟକୁ ନେଇ ରାଷ୍ଟ୍ରପତିଙ୍କୁ ହଟାଇବା ଦାବିରେ ସୋମବାର ସରକାର ବିରୋଧରେ ବିକ୍ଷୋଭ କରିଥିଲେ । ଏହି ସମୟରେ ହିଂସାକାଣ୍ଡ ଘଟିଛି।

ସେପଟେ କଲମ୍ବୋ ଏବଂ ଅନ୍ୟ ସହରରେ ନିକଟରେ ହୋଇଥିବା ସଂଘର୍ଷରେ ଆହତଙ୍କ ସଂଖ୍ୟା 249କୁ ବୃଦ୍ଧି ପାଇଥିବା ବେଳେ ସାତ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଅନ୍ତର୍ଜାତୀୟ ମିଡିଆ ସଂସ୍ଥା ଡେଲି ମିରରକୁ ଜଣେ ପ୍ରତିକ୍ରିୟା ଦେଇଛନ୍ତି । ସରକାରୀ ସମ୍ପତ୍ତି ଲୁଟ୍ କରୁଥିବା କିମ୍ବା ସାଧାରଣ ନାଗରିକଙ୍କୁ ଆହତ କରୁଥିବା ଦଙ୍ଗାକାରୀଙ୍କ ଉପରକୁ ଗୁଳି ଚଳାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ତିନି ସେନାକୁ ନିର୍ଦ୍ଦେଶ ଦେଇଛି । ମହିନ୍ଦା ତାଙ୍କ ପତ୍ନୀ ଓ ପରିବାର ସହ ସରକାରୀ ବାସଭବନ ‘ଟେମ୍ପଲ ଟ୍ରିସ୍’ ଛାଡ଼ି ଶ୍ରୀଲଙ୍କାର ଉତ୍ତର-ପୂର୍ବ ଉପକୂଳରେ ଥିବା ବନ୍ଦର ନଗରୀ ତ୍ରିନକୋମାଲିର ନୌସେନା ଘାଟିରେ ଆଶ୍ରୟ ନେଇଛନ୍ତି ବୋଲି ଖବର ପ୍ରକାଶ ପାଇଛି । ହେଲେ ଏହା ଫେକ୍ ନ୍ୟୁଜ । ଏହାର କୌଣସି ସତ୍ୟତା ନାହିଁ ବୋଲି ଭାରତରେ ଅବସ୍ଥାପିତ ଶ୍ରୀଲଙ୍କା ଦୂତାବାସ କହିଛି ।

ଉଲ୍ଲେଖଯୋଗ୍ୟ, ଗତକାଲି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦା ରାଜପାକ୍ସେ ଇସ୍ତଫା ଦେଇଥିଲେ। ଗୋଟିଏ ପରିବାର ହାତରେ ସରକାର ରହିଥିବାରୁ ଏହାକୁ ବିରୋଧ କରିଥିଲେ । ପରେ ଚାପର ଶିକାର ହେବା ପରେ ମହିନ୍ଦା ଇସ୍ତଫା ଦେଇଥିଲେ। ହେଲେ ଉତ୍ୟକ୍ତ ଲୋକେ ତାଙ୍କ ଘର ଉପରକୁ ପେଟ୍ରୋଲ ବୋମା ଫିଙ୍ଗି ନିଆଁ ଲଗାଇ ଦେଇଥିଲେ।

Leave A Reply

Your email address will not be published.