Latest Odisha News

BREAKING NEWS

ଫେବ୍ରୁଆରୀ ମାସ ପାଇଁ ଆସିଲା ନୂଆ ଗାଇଡଲାଇନ,ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ

ଭୁବନେଶ୍ୱର :ଫେବ୍ରୁଆରୀ ମାସ ପାଇଁ ଆସିଲା ଗାଇଡଲାଇନ । ନାଇଟ କର୍ଫ୍ୟୁ ଅବଧି ପୁର୍ବପରି ଜାରି ରହିବ । ରାତି ୧୦ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ । ସକାଳ ୫ଟା ପରେ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିବ । ପୂର୍ବରୁ ୯ ଟାରୁ ର୍ଫ୍ୟୁ ଅବଧି ଗାଇଡଲାଇନ ଥିଲା ହେଲେ ଫେବୃଆରୀ ମାସ ଗାଇଡଲାଇନରେ ଏହାକୁ ରାତି ୧୦ କରାଯାଇଛି ।

ବିନା ଶ୍ରଦ୍ଧାଳୁରେ ପାଳନ ହେବା ସରସ୍ୱତୀ ପୂଜା । ସ୍କୁଲ ଓ ଶିକ୍ଷାନୁଷ୍ଠାନ ଛଡା ଅନ୍ୟ କୌଣସି ସ୍ଥାନରେ ସରସ୍ୱତୀ ପୂଜା ବାରଣ କରାଯାଇଛି । ସେହିପରି ବିନା ଶ୍ରଦ୍ଧାଳୁରେ ମାଘ ସପ୍ତମୀ , ମାଘ ପୂର୍ଣ୍ଣିମା ପାଳନ ହେବ । ମନ୍ଦିର ଭିତରେ ରିତି ନୀତିରେ ପୂଜାର୍ଚ୍ଚନା ହେବ । ଶତ ପ୍ରତିଶତ କର୍ମଚାରୀରେ ଅଫିସ ଚାଲିବ ବୋଲି ଏସଆରସି ଗାଇଡଲାଇନ ଜାରି କରିଛନ୍ତି ।

Comments are closed, but trackbacks and pingbacks are open.