Latest Odisha News

BREAKING NEWS

ପ୍ରାର୍ଥୀପତ୍ର ନାକଚକୁ ନେଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ଗ୍ରାମବାସୀ

ସୁବର୍ଣ୍ଣପୁର : ପ୍ରାର୍ଥୀପତ୍ର ନାକଚକୁ ନେଇ ତେଜିଲା ବିବାଦ ।ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଚଡେଇପଙ୍କ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ବିନା କାରଣରେ ପ୍ରାର୍ଥୀ ପତ୍ର ନାକଚକୁ ନେଇ ଗ୍ରାମବାସୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସରପଞ୍ଚ ପ୍ରାର୍ଥୀ ମହେଶ୍ୱର ନନ୍ଦଙ୍କ ପ୍ରାର୍ଥୀ ପତ୍ର ନାକଚକୁ ନେଇ ବିବାଦ ଉଗ୍ର ରୂପ ଧାରଣ କରିଛି ।

ମହେଶ୍ୱର ସ୍ଥାନୀୟ ପଞ୍ଚାୟତରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।ଚୁଡାନ୍ତ ତାଲିକାରେ ତାଙ୍କ ନାଁ ମଧ୍ୟ ପ୍ରକାଶ ପାଇଥିଲା । ହେଲେ ପରଦିନ ହଠାତ୍ ମହେଶ୍ୱର ଉଲୁଣ୍ଡା ବ୍ଲକକୁ ନିଜ ଚିହ୍ନ ପାଇଁ ଯାଇଥିବା ବେଳେ ସେଠାରୁ ଜାଣିବାକୁ ପାଇଥିଲେ ତାଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଯାଇଛି । ପରେ ବିଡିଓଙ୍କ ଠାରୁ ଆରମ୍ଭ କରି ନିର୍ବାଚନ ଅଧିକାରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ କେହି ଶୁଣି ନଥିଲେ ।

ଅନ୍ୟପଟେ ଚଡେଇପଙ୍କ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ନିର୍ଦ୍ଦନ୍ଦରେ ନିର୍ବାଚିତ ହୋଇଥିବା ବିଡିଓ ପ୍ରକାଶ କରିଥିଲେ । ଏହାକୁ ବିରୋଧ କରି ଗାଁ ଲୋକ ଜିଲ୍ଲାପ।।ଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ସେପଟେ ଏନେଇ ମୋଟା ଅଙ୍କର ଅର୍ଥ କାରାବାର ହୋଇ ତାଙ୍କ ପ୍ରାତ୍ଥୀ ପତ୍ରକୁ ନାକଚ କରାଯାଇଥିବା ଗାଁ ଲୋକ ଅଭିଯୋଗ ଆଣିଛନ୍ତି । ମହେଶ୍ୱରଙ୍କ ପ୍ରାର୍ଥୀ ପତ୍ର କାଏମ କରାଯାଇ ନିର୍ବାଚନ କରାଯାଉ ବୋଲି ଦାବି ହୋଇଛି ।

Comments are closed, but trackbacks and pingbacks are open.