Latest Odisha News

BREAKING NEWS

ଯୁଦ୍ଧ ବିଚଳିତ କରୁଛି କି?, ଆପଣାନ୍ତୁ ଏହି ଉପାୟ….

ଭୁବନେଶ୍ୱର : ବଢ଼ିଚାଲିଛି ଭାରତ – ପାକିସ୍ତାନ ଉତ୍ତେଜନା। ଯୁଦ୍ଧ ଘୋଷଣା ହୋଇନଥିଲେ ବି ସ୍ଥିତି ପୁରା ଯୁଦ୍ଧର। ଲଗାତାର ପାକିସ୍ତାନ ପକ୍ଷରୁ ଆକ୍ରମଣ ଜାରି ରହିଥିବା ବେଳେ, ଏହାର ଜବାବ ଦେଇଚାଲିଛି ଭାରତ। ଆଉ ପୁଣି ପାକିସ୍ତାନ ଉପରେ କିଛି ବଡ଼ ପ୍ରହାର ନେଇ ପ୍ରସ୍ତୁତ ହେଉଛି। ବଢୁଥିବା ଏଇ ଯୁଦ୍ଧ ଆଶଙ୍କାକୁ ନେଇ ସମସ୍ତେ ଚିନ୍ତା। ଖାଲି କେ ପାକିସ୍ତାନୀ ତାହା ଭାରତରେ ମଧ୍ୟ ଯୁଦ୍ଧ ଭୟାବହତା ଲାଗି ରହିଛି। ସ୍ଥିତି ଆଗକୁ କଣ ହେବ ଏହାକୁ ନେଇ ଚିନ୍ତା ବଢ଼ୁଛି।

ଭାରତ ପାକିସ୍ତାନର ସମସ୍ତ ପ୍ରୟାସକୁ ନିରନ୍ତର ବିଫଳ କରୁଥିଲେ ବି ଏହି ଅଚଳାବସ୍ଥାର ସମ୍ପୂର୍ଣ୍ଣ ଫଳାଫଳ ଅନିଶ୍ଚିତ ରହିଥିବା ବେଳେ, ଅସ୍ଥିରତାର ବର୍ଦ୍ଧିତ ଭାବନା ଏବେ ସାଧାରଣ ନାଗରିକଙ୍କ ଛନକା ସୃଷ୍ଟି କରିଛି। ବିଶେଷକରି ଯେଉଁମାନେ ଚିନ୍ତା, ଆତଙ୍କ ଏବଂ ମାନସିକ ଅବସାଦ ଭଳି ମାନସିକ ସ୍ୱାସ୍ଥ୍ୟ ସମସ୍ୟାରେ ପିଡିତ, ସେମାନଙ୍କ ପାଇଁ ଏହା ଆତ୍ମଘାତୀ ହୋଇପାରେ। ବିଶେଷ କରି PTSD (ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିସଅର୍ଡର) ଥିବା ଲୋକମାନେ ଫ୍ଲାସବ୍ୟାକ୍ ଏବଂ ଭାବପ୍ରବଣ ନିଷ୍କ୍ରିୟତା ପରି ଅନୁଭବ କରିପାରନ୍ତି। ଦୀର୍ଘକାଳୀନ ଚାପ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଅବସ୍ଥାକୁ ଆହୁରି ଖରାପ କରିପାରେ। ଆତଙ୍କ ଆକ୍ରମଣ ଖବର ଦ୍ୱାରା ସେମାନଙ୍କ ଚିନ୍ତାଧାରା ଅଧିକ ତୀବ୍ର ହୋଇପାରେ, କିଛି ଲୋକଙ୍କ ପାଇଁ ଏହା ଅସହାୟତାର ଭାବନା ଡିପ୍ରେସନରେ ପରିଣତ ହୋଇପାରେ।

କଣ ଯୁଦ୍ଧ ଖବର ଆପଣଙ୍କୁ ବିଚଳିତ କରୁଛି କି? ମନ ଅଶାନ୍ତ ରହୁଛି କି? ତାହେଲେ ଏହା PTSD ହୋଇପାରେ, ଏଥିରୁ ବଞ୍ଚିବା ପାଇଁ ଆମେ ଆପଣଙ୍କୁ ଆଜି କିଛି ଉପାୟ ଦେଉଛୁ, ଯାହା ପ୍ରୟୋଗ କରିବା ଦ୍ୱାରା ମନକୁ ଇନଷ୍ଟାଣ୍ଟ ରିଲିଫ ମିଳିବ ସହ ହଠାତ୍ ଆପଣ ପାନିକ ହେବେ ନାହିଁ।

ମାନସିକ ସୁସ୍ଥତା ଏବଂ ଶରୀରକୁ ଶାନ୍ତ କରିବା ପାଇଁ ଆପଣ ନିୟମିତ ଭାବରେ ନିଜର କାର୍ଯ୍ୟରେ ବ୍ୟସ୍ତ ରୁହନ୍ତୁ । ଯେମିତି ସକାଳ ଚା, ହାଲୁକା ବ୍ୟାୟାମ କିମ୍ବା ପଢିବା ଭଳି ଦୈନିକ ଆଚରଣ ମନରେ ନିୟନ୍ତ୍ରଣ ଏବଂ ସ୍ଥିରତାର ଭାବନା ଆଣିପାରେ। ଯଥା ସମ୍ଭବ ଯୁଦ୍ଧ ଖବର କମ ଶୁଣନ୍ତୁ। ଏଥିସହିତ ମନକୁ ଓ ଶରୀରକୁ ଶାନ୍ତ କରିବାର

ସବୁଠୁ ବେଷ୍ଟ ଉପାୟ ହେଉଛି ମେଡିଟେଶନ୍ କରନ୍ତୁ କିମ୍ବା ପ୍ରାଣାୟମ କରନ୍ତୁ। ଏହା ବ୍ୟତୀତ ଚିନ୍ତିତ ମୁହୂର୍ତ୍ତରେ ନିଜକୁ ନିୟନ୍ତ୍ରିତ କରିବା ପାଇଁ ୫-୪-୩-୨-୧ କୌଶଳ ପରି ଅଭ୍ୟାସ ବ୍ୟବହାର କରନ୍ତୁ।

୫-୪-୩-୨-୧ କୌଶଳ ଯେମିତି ଆପଣ ଦେଖିପାରୁଥିବା ୫ଟି ଜିନିଷ, ସ୍ପର୍ଶ କରିପାରୁଥିବା ୪ଟି ଜିନିଷ, ଶୁଣି ପାରୁଥିବା ୩ଟି ଜିନିଷ, ୨ଟି ଜିନିଷ ଯାହାର ଗନ୍ଧ ଆପଣ ବାରିପରୁଥିବେ, ଆଉ ୧ଟି ଜିନିଷ ଯାହାର ସ୍ୱାଦ ନେଇପାରୁଥିବେ, ତାକୁ ଚିହ୍ନଟ କରନ୍ତୁ। ଦେଖିବେ ଏହି ପ୍ରକ୍ରିୟା ଆପଣଙ୍କୁ ମଜେଦାର୍ ଲାଗିବ ସହ ଧ୍ୟାନକୁ ଏକକୈନ୍ଦ୍ରିକ କରିବା। ତେବେ ଯଦି ଆବଶ୍ୟକ ପଡେ ତେବେ ଜଣେ ବିଶେଷଜ୍ଞଙ୍କ ସହ କଥା ହୁଅନ୍ତୁ ଆଉ ଥେରାପି ନିଅନ୍ତୁ। ଅନେକ କ୍ଷେତ୍ରରେ ଥେରାପି ଶରୀର ଏବଂ ମନ ପାଇଁ ଲାଭଦାୟକ ହୋଇଥାଏ।

Comments are closed.