Latest Odisha News

ବେଦାନ୍ତ ବିରୋଧୀ ସଂଗ୍ରାମୀଙ୍କୁ ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀରେ ବେଦାନ୍ତ ବିରୋଧୀ ସଂଗ୍ରାମୀଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି । ଲୋହିଆ ଏକାଡେମୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବେଦାନ୍ତ ବିରୋଧୀ ନେତା ଉମାବଲ୍ଲଭ ରଥ ଦୀର୍ଘ ୧୭ ବର୍ଷର ଉଭୟ ରାଜରାସ୍ତା ଓ ନ୍ୟାୟିକ ଲଢ଼େଇ କହିଥିଲେ ।

ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହି ଜମି ଲୁଟ୍ ପାଇଁ ହୋଇଥିବା ଚକ୍ରାନ୍ତ ସୁପ୍ରିମକୋର୍ଟଙ୍କ ରାୟ ଫଳରେ ଫସର ଫାଟି ଯାଇଛି । ଆଗାମୀ ଦିନରେ ସୁପ୍ରିମକୋର୍ଟ ଐତିହାସିକ ରାୟକୁ ନେଇ ସାରା ରାଜ୍ୟର ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରାଯିବ ବୋଲି କହିଛନ୍ତି ଉମାବଲ୍ଲଭ ରଥ ।

ଦେବୀପ୍ରସାଦ ପୃଷ୍ଟିଙ୍କ ଆବାହକତ୍ୱରେ ସଚେତନ ନାଗରିକମାନଙ୍କ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଗାନ୍ଧୀବାଦୀ କୃଷ୍ଣା ମହାନ୍ତି, ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ନରେନ୍ଦ୍ର ମିଶ୍ର, ପ୍ରଫୁଲ୍ଲ ସାମନ୍ତରାୟ, ନିରଞ୍ଜନ ପଟ୍ଟନାୟକ, ସସ୍ମିତା ବେହେରା, ଦେବପ୍ରସାଦ ରାୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.