Latest Odisha News

BREAKING NEWS

ଦି କେରଳ ଷ୍ଟୋରୀ: ୨ ଦିନରେ ଭାଇରାଲ ହେଲା ଟ୍ରେଲର, ଗୁମୁରି ଉଠୁଛି ବିବାଦ

ବ୍ରେନ ୱାଶ, ହିଜାବ, ଧର୍ମ ପରିବର୍ତନ, ମିଶନ ଓ ଆତଙ୍କକୁ ନେଇ ନିର୍ମିତ ହୋଇଛି ଦି କେରଳ ଷ୍ଟୋରୀ । ଟ୍ରେଲର ରିଲିଜ ହେବାର ୨ ଦିନ ମଧ୍ୟରେ ଏହା ଭାଇରାଲ ହୋଇସାରିଛି । ଏବେ ଫିଲ୍ମକୁ ନେଇ ଆରମ୍ଭ ହୋଇଛି ବିବାଦ । ଥିଏଟରରେ ରିଲିଜ ହେବା ପଥ ଏହାର ସେତେଟା ସହଜ ଲାଗୁନି । ଆସନ୍ତୁ ଜାଣିବା କଣ ପାଇଁ ଏହି ଫିଲ୍ମ ନେଇ ସୃଷ୍ଟି ହେଉଛି ଏତେଟା ବିବାଦ? ଟ୍ରେଲର ଦେଖିବା ପରେ ସତରେ କଣ ୩୨ ହଜାର ହିନ୍ଦୁ ଓ ଖ୍ରୀଷ୍ଟିଆନ ଝିଅମାନେ ଆଇଏସଆଇଏସରେ ଭର୍ତି ହୋଇଥିଲେ । ସତରେ କଣ ଲଭ ଜିହାଦ ନାମରେ ନିରୀହ ଝିଅମାନଙ୍କୁ ଫସା ଯାଇଥିଲା । ଟ୍ରେଲରର ପ୍ରତ୍ୟେକ ଡାଇଲଗ ରୁମ ଟାଙ୍କୁରି ଦେଉଛି । ଶେଷରେ ଆଖିରେ ଟ୍ୟାଗଲାଇନ ନ ଜମି ମିଲି ନା ଫଲକ ଦର୍ଶକଙ୍କୁ ଚିନ୍ତାରେ ପକାଇ ଦେଉଛି ।

ହିନ୍ଦୁ ଓ ଅନ୍ୟ ଧର୍ମର ମହିଳାମାନଙ୍କୁ କାହିଁକି ମୁସଲିମର କେତେକ ବର୍ଗ ଟାର୍ଗେଟ କରୁଛନ୍ତି । ଏହାର ସତ୍ୟତା କଣ? ନାଁ ରାଜନୈତିକ ଫାଇଦା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଏ ଭଳି ଫିଲ୍ମ ପ୍ରସ୍ତୁତ କରାଯାଉଛି । କେରଳ କଂଗ୍ରେସ ଏହି ଫିଲ୍ମ ଉପରେ ରୋକ ଲଗାଇବା ପାଇଁ ଦାବୀ କରି ସାରିଛି । ବିପୁଲ ଅମୃତପାଲ ଶାହଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ସୁଦୀପ୍ତୋ ସେନ ଦେଇଛନ୍ତି । ଅଦା ଶର୍ମା, ଯୋଗିତା ବିହାଣୀ, ସୋନିୟା ବାଲାନି ଏଥିରେ ଅଭିନୟ କରୁଛନ୍ତି ।

କାହାଣୀର ସୂତ୍ରପାତ ହେଲା କେଉଁଠାରୁ: ୨୦୨୧ରେ ଏହା ସାକ୍ଷାତକାରରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାନ୍ଦୀଙ୍କୁ ସୁଦୀପ୍ତୋ ୨୮୦୦ରୁ ୩୨୦୦ ଝିଅ ଇସଲାମ ଗ୍ରହଣ କରୁଥିବା କହିଥିଲେ । ଏପରିକି ୧୦ ବର୍ଷ ମଧ୍ୟରେ ୩୨ ହଜାର ଏହାର ସଂଖ୍ୟା ଛୁଇଁବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ । ଏହି ସାକ୍ଷାତକାର ପ୍ରସାରିତ ହେବା ପରେ ଅନେକ ଚ୍ୟାନେଲ ଏହାକୁ ଫେକ ବୋଲି କହିଥିଲେ ।

ସତ୍ୟତାର ଆଂଶିକ ପୃଷ୍ଟି: ଆଫଗାନିସ୍ତାନରେ ତାଲିବାନ ଦ୍ୱିତୀୟ ଥର ପାଇଁ କ୍ଷମତା ହାତେଇଥିଲା । ସେ ସମୟରେ ୪ ମହିଳାଙ୍କୁ ଆଇଏସଆଇଏସରେ ସାମିଲ ହେବା ପାଇଁ ଆଫଗାନିସ୍ତାନ ପଠା ଯାଇଥିଲା । ସେମାନେ ସେମାନଙ୍କ ପତିଙ୍କ ସହ ଆଇଏସକେପି ଯାଇଥିଲେ । ପରିବାରବର୍ଗ ଝିଅମାନଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ନିକଟରେ ଅନୁରୋଧ କରିଥିଲ । କେନ୍ଦ୍ର ସରକାର ଏଥିରେ ମୁଣ୍ଡ ପୂରାଇ ନ ଥିଲେ । କିନ୍ତୁ ଆଇଏସଆଇଏସଙ୍କ ଟାର୍ଗେଟରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଝିଅ ରହିଥିବା ସ୍ପଷ୍ଟ ହୋଇଥିଲା । ପୂର୍ବରୁ ଦି କଶ୍ମୀର ଫାଇଲ୍ସ ଫିଲ୍ମ ଗୋଟିଏ ପ୍ରକାରର ଝଡ ସୃଷ୍ଟି କରି ଚାଲିଯାଇଛି । ଏହା ଏକ ସ୍ପର୍ଶକତାର ବିଷୟ । ଦେଖାଯାଉ ଫିଲ୍ମ ରିଲିଜ ନେଇ ସରକାର କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.