Latest Odisha News

BREAKING NEWS

ସୁଶାନ୍ତ ସିଂଙ୍କ ଟୁଇଟରରୁ ହଟିନି ବ୍ଲୁ ଟିକ: ଏଲନ ମସ୍କଙ୍କ ପଲିସିକୁ ନେଇ ପ୍ରଶ୍ନ ଉଠାଇଲେ ଟୁଇଟର ଇଣ୍ଡିଆର ପୂର୍ବତନ ମୁଖ୍ୟ

ନୂଆଦିଲ୍ଲୀ: ଟୁଇଟର ବ୍ଲୁ ଟିକକୁ ନେଇ ଉଠୁଛି ଅନେକ ପ୍ରଶ୍ନ । ଏଲନ ମସ୍କ ସମସ୍ତ ଲିଗାସି ଆକାଉଣ୍ଟରୁ ବ୍ଲୁଟିକ ହଟାଇ ଦେଇଛନ୍ତି । ବ୍ଲୁଟିକ ପାଇବା ପାଇଁ ୟୁୂଜର୍ସଙ୍କୁ ବ୍ଲୁ ସବକ୍ରିପସନ ନେବାକୁ ପଡିବ । ଏଥି ସହିତ ମୋବାଇଲ ନମ୍ବର ବି ଯାଞ୍ଚ କରିବାକୁ ପଡିବ । ଏସବୁ ସତ୍ତେ: ଅନେକ ଟୁଇଟରରେ ବ୍ଲୁ ଟିକ ଦେଖିବାକୁ ମିଳୁଛି । ଏଥିମଧ୍ୟରେ ଦିବଂଗତ ଅଭିନେତା ସୁଶାନ୍ତି ସିଂ ରାଜପୁତ ବି ଅଛନ୍ତି । ସୁଶାନ୍ତ ସିଂଙ୍କୁ ବ୍ଲୁଟିକ ଦିଆଯିବା ଏଲନ ମସ୍କଙ୍କ ନୂଆ ପଲିସି ଉପରେ ପ୍ରଶ୍ନ ଉଠାଇଛନ୍ତି ଟୁଇଟର ଇଣ୍ଡିଆର ପୂର୍ବତନ ମୁଖ୍ୟ ମନୀଷ  ମହେଶ୍ୱରୀ।

ମହେଶ୍ୱରୀଦିବଗଂତ ଅଭିନେତା ସୁଶାନ୍ତ ସିଂଙ୍କ ଟୁଇଟର ଆକାଉଣ୍ଟର ସ୍କ୍ରିନ ସଟ ଟୁଇଟ କରି ପଚାରିଛନ୍ତି, ତାକୁ କିପରି ବ୍ଲୁଟିକ ମିଳିଲା ? ଟୁଇଟରର ନୂଆ ପଲିସି ଅନୁସାରେ, ୟୁଜର୍ସଙ୍କୁ ବ୍ଲୁଟିକ ପାଇଁ ଯଦି ପେଡ ସବକ୍ରିପ୍ସନ ସହ ମୋବାଇଲ ଯାଞ୍ଚ କରାଯାଉଛି ତେବେ ସୁଶାନ୍ତ ସିଂଙ୍କୁ ଏହା ମିଳିବା କିପରି ସମ୍ଭବ ହେଲା ?
ମହେଶ୍ୱରୀ ଲେଖିଛନ୍ତି, “ଏଲନ ମସ୍କ ମିଛ କହୁଛନ୍ତି । କିମ୍ବା ଲୋକମାନେ ମୃତ୍ୟୁ ପରେ ବି ଫୋନ ନମ୍ବର ଆକ୍ଟିଭ କରିବାର ଉପାୟ ବାହାର କରିପାରିଛନ୍ତି ।”
ମନୀଷ ମହେଶ୍ୱରୀ ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରରେ ତିନି ବର୍ଷ କାମ କରିଛନ୍ତି । ସେ ନିଜେ ବି ବ୍ଲୁଟିକ ଭେରିଫିକେଶନ ମାର୍କ ନେଇ ନାହାନ୍ତି । ତେଣୁ ତାଙ୍କ ବ୍ଲୁଟିକ ବି ଗାଏବ ହୋଇଯାଇଛି ।

ଏହି ଟୁଇଟ ପରେ ମନୀଷ ଆଉ ଏକ ଟୁଇଟ କରିଛନ୍ତି । ଏଥିରେ ଲେଖିଛନ୍ତି, ତାଙ୍କର ଲକ୍ଷ୍ୟ ବ୍ଲୁ ଟିକକୁ ନେଇ ଦେଖା ଦେଇଥିବା ଦ୍ଵନ୍ଦ୍ଵ ଏବଂ ଅବ୍ୟବସ୍ଥାକୁ ସାମ୍ନାକୁ ଆଣିବା । ସେ ବ୍ୟକ୍ତିଗତ ଭାବେ ସୁଶାନ୍ତ ସିଂହଙ୍କୁ ଖୁବ ସମ୍ମାନ ଦେଖାନ୍ତି । ତେବେ ଏ କ୍ଷେତ୍ରରେ କେବଳ ମନୀଷ ନୁହେଁ, ଅନେକ ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି ।

Leave A Reply

Your email address will not be published.