ଭୁବନେଶ୍ୱର: ପୁଣି ଚମକିଲେ ୨ ଓଡ଼ିଆ ପୁଅ। ତାସକେଣ୍ଟ ଉଜବେକିସ୍ତାନରେ ୧୨ତମ ବିଶ୍ୱ ବଡ଼ି ବିଲଡ଼ିଂ ଏବଂ ଫିଜିକ୍ ସ୍ପୋର୍ଟସ୍ ଚମ୍ପିଆନସିପ୍ ଆୟୋଜିତ ହୋଇଯାଇଛି। ୧ମରୁ ୭ଅକ୍ଟୋବର ପର୍ଯ୍ୟନ୍ତ ଚମ୍ପିଆନସିପ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ଚନ୍ଦନ ସାହୁ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏବଂ ଶୁଭମ ମିଶ୍ର ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
୨ ଓଡ଼ିଆ ପୁଅଙ୍କୁ ବିଭିନ୍ନ ସଙ୍ଗଠନ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ବାପୁଜୀନଗର ହୋଟେଲ ଭେନସରେ ଓଡ଼ିଶା ବଡ଼ି ବିଲଡ଼ିଂ ଆସୋସିଏସନ୍ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଚନ୍ଦନ ସାହୁ ଓ ଶୁଭମ ମିଶ୍ରଙ୍କୁ ସମ୍ମାନିତ କରାଯାଇଛି।
Comments are closed.