Latest Odisha News

BREAKING NEWS

୭ ଦଫା ଦାବି ନେଇ ଆଦିବାସୀ ସେଙ୍ଗଲ ଅଭିଯାନର ଗଣଧାରଣା

ମୟୂରଭଞ୍ଜ : ଆଦିବାସୀ ସେଙ୍ଗଲ ଅଭିଯାନର ବିଶାଳ ଗଣଧାରଣା । ୭ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଆଦିବାସୀମାନେ । ଏହା ସହ ଜିଲ୍ଲା ପ୍ରଶାସନ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ଆଦିବାସୀ ସେଙ୍ଗଲ ଅଭିଯାନର କର୍ମକର୍ତ୍ତା କରୁଥିବା ଦାବି ଅନୁସାରେ ଭାରତୀୟ ସମ୍ବିଧାନ ଧାରା୨୫-୨୮ ରେ ସାରନା ଧର୍ମକୁ ସ୍ତାନାନ୍ତର କରାଯାଉ।ଧାରା ୩୪୭ ଅନୁସାରେ ସାନ୍ତାଳୀ ଭାଷାକୁ ଝାରଖଣ୍ଡ ରାଜ୍ୟରେ ପ୍ରଥମ ଭାଷା ଭାବେ ମାନ୍ୟତା ପ୍ରଦାନ କରାଯାଉ। ଓଡ଼ିଶାରେ ସାନ୍ତାଳୀ ସାହିତ୍ୟ ଏକାଡେମୀ ଶିଘ୍ର ପ୍ରତିଷ୍ଠା କରାଯାଉ।

ଆସାମ ଏବଂ ଆଣ୍ଡାମାନନିକୋବରରେ ରହୁଥିବା ଝାଡଖଣ୍ଡି ଆଦାବାସୀଙ୍କୁ ଏସଟି ତାଲିକାରେ ତୁରନ୍ତ ଅନ୍ତର୍ଭୁକ୍ତ କରାଯାଉ ,ହୋମୁଣ୍ଡା ,ଖଡିଆ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଷଦରେ ଅନ୍ତର୍ଭୁକ୍ତ କରାଯାଉ। ଏସିଏସଟି ପ୍ରିଭେନସନ ଧାରାକୁ ଭାରତ ବର୍ଷରେ ତୁରନ୍ତ ପ୍ରଚଳନ କରିବା ଆଦି ୭ ଦଫା ଦାବି ଉପସ୍ଥାପନ କରାଯାଇଥିଲା।

ଏହି ବିକ୍ଷୋଭରେ ଓଡ଼ିଶା ପ୍ରଦେଶ ସେଙ୍ଗେଲ ସଭାପତି ନରେନ୍ଦ୍ର ହେମ୍ବ୍ରମ ,କେନ୍ଦ୍ରୀୟ ସେଙ୍ଗେଲ ସଂଯୋଜକ ବୁଢାନ ମାର୍ଣ୍ଡିଙ୍କ ସହ ବହୁ ନେତା କର୍ମୀ ଯୋଗଦେଇଥିଲେ।

Leave A Reply

Your email address will not be published.