Latest Odisha News

BREAKING NEWS

ପନ୍ତ କହିଲେ..ଭାବିଥିଲି ମୋର ସବୁ କିଛି ଶେଷ ହୋଇଯାଇଛି

ନୂଆଦିଲ୍ଲୀ: ଭୟଙ୍କର କାର ଦୁର୍ଘଟଣାର ଦୀର୍ଘ ଦିନ ପରେ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଦୁର୍ଘଟଣା ପରେ ମୋର ସବୁ କିଛି ଶେଷ ହୋଇଯାଇଛି ବୋଲି ଭାବିଥିଲି । ତାଙ୍କ ଡାହଣ ଲିଗାମେଂଟ ଫାଟି ଯାଇଥିବା ବେଳେ ମୁଣ୍ଡରେ ୨ ବଡ ଆଘାତ ହୋଇଥିଲା । ୨୬ ବର୍ଷୀୟ ଏହି ୱିକେଟକିପର ଏବେ ଫିଟ ହେବାରେ ଲାଗିଛନ୍ତି । ଯଦି ଆଘାତ ଆଉ ଅଧିକ ହୋଇଥାନ୍ତା ତାହାଲେ କହିବା ପାଇଁ କିଛି ନ ଥାନ୍ତା । ଡାକ୍ତର ଯେତେବେଳେ କହିଲେ ସମ୍ପୂର୍ଣ୍ଣ ଫିଟ ହେବା ପାଇଁ ୧୮ ମାସ ଲାଗିବ ମୁଁ ଚିନ୍ତାରେ ପଡି ଯାଇଥିଲି ।

କଠିନ ପରିଶ୍ରମ କରି ମୁଁ ଏବେ ମୋର ଲୟକୁ ଫେରିଛି ବୋଲି ସେ କହିଛନ୍ତି । ୨୦୨୪ ଆଇପିଏଲ ନିଲାମ ଅବସରରେ ଫ୍ରାଂଚାଇଜ ପ୍ରତିନିଧିମଣ୍ଡଳର ଅଂଶବିଶେଷ ହେବା ପରେ ପନ୍ତଙ୍କ ଖେଳିବା ସମ୍ଭାବନା ବୃଦ୍ଧି ପାଇଛି । ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେବେ ବୋଲି ସ୍ପଷ୍ଟ ହୋଇଛି ।

ପନ୍ତ ୩୩ ଟେଷ୍ଟରେ ୨୨୭୧ ରନ କରିଛନ୍ତି । ସେହିପରି ୩୦ ଦିନିକିଆରେ ୮୬୫ ଓ ୬୬ ଟି୨୦ରେ ୯୮୭ ରନ କରିଛନ୍ତି । ପଡିଆର ବିଭିନ୍ନ ଦିଗକୁ ନିଜର ସ୍ୱତନ୍ତ୍ର ଶୈଳୀରେ ଶଟ ମାରି ପନ୍ତ ଖୁବ କମ ଦିନରେ ଲୋକପ୍ରିୟ ଖେଳାଳି ହୋଇ ଯାଇଥିଲେ । ଭାରତୀୟ ଦଳର ସେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇଥିଲେ । ପଡିଆକୁ ତାଙ୍କ ପ୍ରତ୍ୟାବର୍ତନ ନେଇ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.