Latest Odisha News

BREAKING NEWS

ଆରମ୍ଭ ହେଲା ଖଡ଼ିଆଳ ମହୋତ୍ସବ ୨୦୨୪, ପ୍ରଥମ ଦିନରେ ମନମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

ନୂଆପଡା: କଳା, ସାହିତ୍ୟ, ସଂସ୍କୃତି ଐତିହ୍ୟ, ପ୍ରାଚୀନ ଲୋକଗୀତ, ଲୋକନୃତ୍ୟର ପୁନର୍ଜିବିତ କରିବା ଉଦ୍ଦେଶ୍ୟ ନେଇ ଖଡ଼ିଆଳ ମହୋତ୍ସବ ୨୦୨୪ ମହା ସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀର ପ୍ରଥମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ହଜାର ହଜାର କଳାପ୍ରେମୀ । ଦୀର୍ଘ ୧୮ ବର୍ଷ ହେବ ଖଡ଼ିଆଳରେ ଏହି ମହୋତ୍ସବ ପାଳିତ ହୋଇଆସୁଛି । ଏହି ୧୮ତମ ଖଡ଼ିଆଳ ମହୋତ୍ସବର ପ୍ରଥମ ସାଂସ୍କୃତିକ ସଭାରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ତର୍ଜାତୀୟ ସାହିତ୍ୟିକ ତଥା କବି ଡ଼ାକ୍ତର ବାସୁଦେବ ସୁନାନୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ।

ଖଡ଼ିଆଳ ମହୋତ୍ସବ ଉଦଘାଟନି ଉତ୍ସବରେ ପରମ୍ପରା ଅନୁଯାୟୀ ପ୍ରଥମେ ଅଞ୍ଚଳ ପାଇଁ ଖ୍ୟାତି ଆଣିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରି ସ୍ମରଣୀକା ଉନ୍ମୋଚିତ ହୋଇଥିଲା । ପରେ ରଙ୍ଗାରଙ୍ଗା କାର୍ଯ୍ୟକ୍ରମରେ ରାତି ତମାମ ଝୁମିଥିଲେ ହଜାର ହଜାର ଦର୍ଶକ । ବିଶେଷ କରି ତରବୋଡ ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ର ମାନଙ୍କ ଦ୍ୱାରା ପରିବେଷିତ ବିଷ୍ଣୁଙ୍କ ଦଶାବତାର, ଉମରକୋଟର ବୁଦ୍ଧ ନୃତ୍ୟ, ଆସାମର ବିହୁ, ଟିଟିଲାଗଡ଼ର ଢୁର୍ଲl ନାଚ, ମହାରାଷ୍ଟ୍ରର ଲାୱାଣୀ , ବଜା ସାଲ ଭଳି  ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ । ଦର୍ଶକ ଙ୍କ ଉପସ୍ଥିତି ସଂଗେ ଏଠିକାର ଆୟୋଜକ ଙ୍କ ନିଷ୍ଠା ପର ସ୍ନେହ ଶ୍ରଦ୍ଧା ଏବଂ ଏହି ଭବ୍ୟ ଆୟୋଜନ ପାଇଁ ଆୟୋଜକ ଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ ।  ଆସନ୍ତା ୩୧ ଓ ୨ ତାରିଖ ଷ୍ଟାର ନାଇଟ କାର୍ଯ୍ୟକ୍ରମ ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନାକୁ ଦେଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ସହ ମହୋତ୍ସବ ହେବ ବୋଲି ନୂଆପଡା ଅତିରିକ୍ତ ପୋଲିସ ଅଧୀକ୍ଷକ କହିଛନ୍ତି ।

Leave A Reply

Your email address will not be published.