Latest Odisha News

BREAKING NEWS

ତୁରନ୍ତ ନକଲି ଶିକ୍ଷକଙ୍କ ତଥ୍ୟ ଦେବାକୁ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି

ଭୁବନେଶ୍ୱର: ଯାଥାଶିଘ୍ର ନକଲି ଶିକ୍ଷକଙ୍କ ତଥ୍ୟ ଦେବାନେଇ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବାଲେଶ୍ଵର, ଭଦ୍ରକ, ବଲାଙ୍ଗୀର, ଗଜପତି, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି ।

ନକଲି ସାର୍ଟିଫିକେଟ ଦେଇ କେତେଜଣ ଶିକ୍ଷକତା କରୁଛନ୍ତି ସେନେଇ ରାଜ୍ୟ ସରକାର ଏକ ସତ୍ୟପାଠ ପ୍ରସ୍ତୁତ କରୁଛନ୍ତି । ଯାହାକୁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାରେ ସରକାର ଦାଖଲ କରିବେ । ହେଲେ ଏପର୍ଯ୍ୟନ୍ତ ଏହି ୧୧ ଟି ଜିଲ୍ଲା ରୁ ତଥ୍ୟ ଆସି ନଥିବାରୁ ସତ୍ୟପାଠ ପ୍ରସ୍ତୁତ ହୋଇପାରୁ ନଥିବା ଚିଠିରେ ଉଲ୍ଲେଖ କରାଯାଇଛି ।

ସେନେଇ ଆଜି ସୁଦ୍ଧା ନକଲି ଶିକ୍ଷକଙ୍କ ତଥ୍ୟ ଦେଲେ କମ୍ପଲିଆନ୍ସ ଆଫିଡେଭିଟ୍ ବା ସତ୍ୟପାଠ ପ୍ରସ୍ତୁତ କରି କୋର୍ଟରେ ଦାଖଲ କରାଯିବା ନେଇ ଚିଠିରେ ଉଲ୍ଲେଖ ।

Leave A Reply

Your email address will not be published.