Latest Odisha News

BREAKING NEWS

କୋରାପୁଟ ଫରେଷ୍ଟ ରେଞ୍ଜରୁ ମାଈ ହାତୀର ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ଜିଲ୍ଲା ଘଟଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୟଲମୁଣ୍ଡା ଜଙ୍ଗଲରୁ ବୁଧବାର ରାତିରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ କିଛି ସ୍ଥାନୀୟ ବାସିନ୍ଦାମାନେ ଏକ ହାତୀର ମୃତଦେହ ଠାବ କରିବା ପରେ ବନ ବିଭାଗକୁ ଜଣାଇଥିଲେ ।

ଖବର ପାଇ ବନବିଭାଗ କର୍ମଚାରୀ ଓ ପଶୁ ଚିକିତ୍ସିକ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ହାତୀର ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ଏହି ମୃତ ହାତୀଟି ଗର୍ଭବତୀ ଥିବାବେଳେ ଆନ୍ଥ୍ରାକ୍ସ ରୋଗରେ ପିଡିତ ହୋଇ ତାର ମୃତ୍ୟୁ ଘଟିଥିବା ନେଇ ସନ୍ଦେହ ପ୍ରକାଶ କରାଯାଉଛି ।

Leave A Reply

Your email address will not be published.