Latest Odisha News

BREAKING NEWS

ଆସନ୍ତାକାଲି ଓଡିଶା ଗସ୍ତରେ ଆସିବେ ଅମିତ ଶାହ

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଦିନ ପୁଣିଥରେ ଓଡିଶା ଗସ୍ତରେ ଆସିବେ ।

ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ସେ କେନ୍ଦୁଝର ମେଡିକାଲ କଲେଜ ପଡିଆରେ ଆୟୋଜିତ ଏକ ଜନ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ଏପ୍ରିଲ୍ ୯ ତାରିଖରେ ଅମିତ ଶାହ ଓଡିଶା ଗସ୍ତରେ ଆସି ପୁରୀରେ ଏକ ରୋଡ ଶୋ’ କରିଥିଲେ । ତାଙ୍କର ଏହି ରୋଡ ଶୋ’ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସିଂହ ଦ୍ୱାର ସମ୍ମୁଖରୁ ଆରମ୍ଭ ହୋଇ ମାଉସୀ ମା’ ମନ୍ଦିରରେ ସମାପ୍ତ ହୋଇଥିଲା ।

ଆହୁରୀ ମଧ୍ୟ ଏପ୍ରିଲ୍ ୧୫ କିମ୍ବା ୧୬ ତାରିଖ ବେଳକୁ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ଆୟୋଜିତ ଏକ ଜନ ସମାବେଶରେ ସମ୍ବୋଧିତ କରିବେ ବୋଲି ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.