Latest Odisha News

BREAKING NEWS

ଇଭିଏମ୍ ମେସିନ୍ ମରାମତିରେ ବିଳମ୍ବ ଯୋଗୁଁ ଘରକୁ ଫେରିଲେ ଭୋଟର୍

ଭୁବନେଶ୍ୱର : ଓଡିଶାରେ ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଦକ୍ଷିଣ ଓଡିଶାର କିଛି ବୁଥରେ ଅଚଳ ଇଭିଏମ୍ ଓ ଭିଭିପିଏଟି ମେସିନ୍ ମରାମତିରେ ବିଳମ୍ବ ଯୋଗଁ ମତଦାନ ନକରି ଘରକୁ ଫେରିଲେ ଭୋଟର୍ ।

ରାୟଗଡା ଜିଲ୍ଲାରେ ଭୋଟ୍ ଦେବା ପାଇଁ ବହୁ ସଂଖ୍ୟାରେ ଲୋକମାନେ ସକାଳୁ ସକାଳୁ କାଶିପୁର ବ୍ଲକ୍ ସ୍ଥିତ ଗୋଦାବଳୀ ଉପା ହାଇସ୍କୁଲରେ ମତଦାନ କେନ୍ଦ୍ରରେ ଆସି ପହଞ୍ଚିଥିଲେ । କିନ୍ତୁ ଉକ୍ତ କେନ୍ଦ୍ରର ଅଚଳ ହୋଇପଡିଥିବା ଇଭିଏମ୍ ମେସିନ ମରାମତି ଲାଗି ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ଏହି ସମସ୍ୟାରେ ସୁଧାର ଆସିନଥିଲା । ଫଳରେ ଉତ୍ତେଜିତ ଭୋଟରମାନେ ମତଦାନ ନକରି ଘରକୁ ଫେରିଯାଇଥିବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି ।

ସେହିପରି ବାଜିଗଡ ଆଶ୍ରମ ସ୍କୁଲର ବୁଥ୍ ସଂଖ୍ୟା-୬୫ ଓ କୋରାପୁଟ୍ ଜିଲ୍ଲାର ଲମତାପୁଟ ବ୍ଲକ୍ ଖରସାପଡା ଉପା ହାଇସ୍କୁଲର ବୁଥ୍ ସଂଖ୍ୟା-୭୧ରେ ମଧ୍ୟ ସମାନ ଘଟଣା ଘଟିଥିବା ନେଇ ସୂଚନା ମିଳିଛି ।

Comments are closed.