Latest Odisha News

BREAKING NEWS

ଆର୍ଥିକ ସମସ୍ୟା ଲାଗି ରହୁଥିଲେ, ଘରର ଏହି କୋଣରେ ରଖନ୍ତୁ ‘ଫେଙ୍ଗଶୁଇ କ୍ୟାମେଲ ଯୋଡ଼ା’ !

ଭୁବନେଶ୍ୱର: ଅନେକ ଉପାୟ ଅବଲମ୍ବନ ପରେ ବି ଯଦି ଆର୍ଥିକ ସମସ୍ୟା ଦୂର ହେଉନାହିଁ ତେବେ ଚିନ୍ତା କରନ୍ତୁ ନାହିଁ । ଫେଙ୍ଗଶୁଇରେ ରହିଛି ଏହାର ଉପଚାର । ଘରର ଉତ୍ତର-ପଶ୍ଚିମ ଦିଗରେ ସ୍ଥାପନ କରନ୍ତୁ ଫେଙ୍ଗଶୁଇ କ୍ୟାମେଲ ଯୋଡ଼ା ।

ପୁଞ୍ଜି ନିବେଶ ସୁରକ୍ଷିତ ଓ ଅଧିକ ରୋଜଗାର କରିବା ଲାଗି ଘରେ ସାମ୍ନାରେ ଦୁଇଟି ଫେଙ୍ଗଶୁଇ କ୍ୟାମେଲ ସ୍ଥାପନ କରନ୍ତୁ।

ଧାର ଦେଇଥିବା ଟଙ୍କା ମଧ୍ୟ ଫେରିଇ ଆଣିବାକୁ ଚାହୁଁଥିଲେ, ଅଥବା ଧାରକରଜରେ ବୁଢ଼ି ରହୁଥିଲେ, ଘରେ ଯୋଡ଼ାଏ ଫେଙ୍ଗଶୁଇ କ୍ୟାମେଲ ରଖନ୍ତୁ।

ଦୋକାନ ଓ ଅଫିସରେ ମଧ୍ୟ ଏହିଭଳି ଯୋଡ଼ିକିଆ କ୍ୟାମେଲ ରଖନ୍ତୁ, ଦେଖିବେ ଖୁବ କମଦିନରେ ବ୍ୟବସାୟରେ ଲାଭ ହେବା ଆରମ୍ଭ ହୋଇଯିବ ।

କ୍ୟାମେଲ ମାନେ ଓଟ ଏପରି ପଶୁ ଯିଏ ନ ଖାଇ ନ ପିଇ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଥାଏ। ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ପଶୁର ମୂର୍ତ୍ତି ଯେଉଁ ସ୍ଥାନରେ ରଖାଯାଏ ସେଠାକାର ସମସ୍ୟା ଦୂର ହୋଇ ଯାଇଥାଏ ।

ଫେଙ୍ଗଶୁଇ କ୍ୟାମେଲ ଯୋଡ଼ାକୁ ଘରର ଉତ୍ତର-ପଶ୍ଚିମ ଦିଗରେ ସ୍ଥାପନ କଲେ ଏହା ଘରେ ଅସୁସ୍ଥ ରହୁଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପାରିଲିଖିତ କରାଇଥାଏ ।

Comments are closed.