କଟକ: କଟକରେ ସିରିଜ ଦୁର୍ଘଟଣା ଘଟାଇ ଓଲଟିଲା ମାଲବାହୀ ଟ୍ରକ୍ । ଯାତ୍ରୀବାହୀ ଅଟୋ ଉପରେ ଏକ ସାର ବୋଝେଇ ଟ୍ରକ୍ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ, ଜଣେ ମହିଳାଙ୍କ ସମେତ ୪ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ,ଆଜି ସନ୍ଧ୍ୟାରେ ମଧୁପାଟଣାରେ ମାଲବାହୀ ଟ୍ରକଟି ପ୍ରଥମେ ଦୁଇଟି ଗାଡ଼ିକୁ ଧକ୍କା ଦେଇଥିଲା। ଆଉ ଏହା ପରେ ଏକ ପାସେଞ୍ଜର ଅଟୋକୁ ଧକ୍କା ଦେଇ ଛକ ନିକଟରେ ଓଲଟି ପଡ଼ିଥିଲେ। ଏହି ଦୁର୍ଘଟଣାରେ ଅଟୋର ଚାଳକ ସମେତ ଅଟୋରେ ଥିବା ଯାତ୍ରୀ ଆହତ ହୋଇଛନ୍ତି ।
ସ୍ଥାନୀୟ ଲୋକଙ୍କର ସହାୟତାରେ ସମସ୍ତ ଆହତ ୪ ଜଣଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଏବଂ ଅଟୋକୁ ଉଦ୍ଧାର କରିଛି ।