Latest Odisha News

BREAKING NEWS

Festival Of Japan : ବକୁଳ ପାଠାଗାରରେ “ଜାପାନ୍ ଉତ୍ସବ” ଉଦଘାଟିତ

ଭୁବନେଶ୍ବର: ଆଜି ବକୁଳ ପାଠାଗାରରେ ଜାପାନର କଂଶଲ୍ ଜେନେରାଲ୍ ଇଶିକାୱା ୟୋଷିହିସା ‘ଫେଷ୍ଟିଭାଲ ଅଫ ଜାପାନ’ ର ଉଦଘାଟନ କରିଛନ୍ତି। ଏକ ବିଶିଷ୍ଟ ଓ ସୁନ୍ଦର ଉପାୟରେ ସେ ଉତ୍ସବକୁ ଆରମ୍ଭ କଲେ, ସେ ଗୋଟିଏ ଓରୀଗାମି କାଗଜ ପଙ୍ଖାକୁ ଖୋଲି ଏହି ଉତ୍ସବଟି କୁ ଆରମ୍ଭ କରିଥିଲେ ଯେଉଁଥିରେ ଇଂରାଜୀରେ ଲେଖା ହେଇଥିଲା “ଫେଷ୍ଟିଭାଲ ଅଫ ଜାପାନ @ ବକୁଳ”।

ୟୋଷିହିସାଙ୍କର ଏହା ପ୍ରଥମ ଓଡ଼ିଶା ଯାତ୍ରା ଓ ବକୁଳ ଫାଉଣ୍ଡେସନ୍‌ର କାର୍ଯ୍ୟକ୍ରମ ସମ୍ପର୍କରେ ସେ ବୋହୁତ ଶୁଣିଥିଲେ, ଯାହା ଭୁବନେଶ୍ୱରରେ ଲୋକଙ୍କୁ ଜାପାନ୍‌ ସମ୍ପର୍କରେ ଅଧିକ ବୁଝାଇବାରେ ସହାୟତା କରୁଛି । ଏହି କାରଣ ପାଇଁ ସେ ତାଙ୍କ ପ୍ରଥମ ଓଡ଼ିଶା ଯାତ୍ରାରେ ବକୁଳକୁ ଦେଖିବାକୁ ଇଚ୍ଛା କରିଥିଲେ । ସେ ଏବଂ ତାଙ୍କ ସହପାଠୀ ମେଗୁମି ଶୀମଦା ଓ ଗୌତମ ଦେ, ଓରିଗାମି ୱାର୍କସପରେ ସକ୍ରିୟ ଭାଗ ନେଲେ । ୟୋଷିହିସା କହିଲେ, “ମୁଁ ଓରିଗାମି ବିଷୟରେ ଅତିକିଛି ଜାଣିନଥିଲି, କିନ୍ତୁ ଆଜି ନିଜ ସଂସ୍କୃତି ସମ୍ପର୍କରେ ନୂଆ କିଛି ଶିଖିଲି ଓ ବହୁତ ଆନନ୍ଦ ଅନୁଭବ କରିଲି । ମୁଁ ମୋ ପରବର୍ତ୍ତୀ ଓଡ଼ିଶା ଯାତ୍ରାରେ ପୁଣି ବକୁଳ ଆସିବାକୁ ଆଶା କରୁଛି।”

ବକୁଳ ଫାଉଣ୍ଡେସନ୍‌ର ସ୍ଥାପକ ସୁଜିତ୍ ମହାପାତ୍ର କହିଲେ, ବକୁଳ ସଦା ସମୟରେ ପାଠାଗାର ମାଧ୍ୟମରେ ବହୁସଂସ୍କୃତିକ ଅନୁଭବକୁ ପ୍ରୋତ୍ସାହନ ଦେଇଆସୁଛି । ଶିଶୁ ପୁସ୍ତକ ଓ ବିଭିନ୍ନ ଦେଶର ଲୋକକଥା ସଂଗ୍ରହ କରି, “ଷ୍ଟୋରୀଟେଳିଂ ଫ୍ରମ୍ ଆରାଉଣ୍ଡ ଦ ୱାର୍ଲ୍ଡ” ପରି କାହାଣୀବାଚନ କାର୍ଯ୍ୟକ୍ରମ, ଏବଂ କୋଭିଡ୍ ସମୟରେ ଅନଲାଇନ୍‌ ଷ୍ଟୋରିଟେଲିଂ ଶୃଙ୍ଖଳା ମାଧ୍ୟମରେ ଦର୍ଶକମାନେ ଏକବର୍ଷରେ ୫୦ଟି ଦେଶର ଶ୍ରେଷ୍ଠ କାହାଣୀକାରମାନଙ୍କ ସହିତ ପରିଚିତ ହୋଇଥିଲେ । ପୂର୍ବରୁ ବକୁଳ ଇଟାଲୀ, ସ୍ପେନ ଓ ଫ୍ରାନ୍ସର ଫେଷ୍ଟିଭାଲ ଆୟୋଜନ କରିଥିଲା ।

ଜାପାନ୍ ଉତ୍ସବର ଆଉ ଗୋଟେ ପ୍ରମୁଖ ଆକର୍ଷଣ ହେଲା ଜାପାନୀୟ ବହିର ଏକ ସମ୍ପୂର୍ଣ୍ଣ ଅଲଗା ସଂଗ୍ରହ ଯେଉଁଥିରେ ସମସ୍ତ ବୟସର ପାଠକଙ୍କ ପାଇଁ ଭିନ୍ନ ପ୍ରକାର ବହି ଅଛି, ଶିଶୁମାନଙ୍କ ପାଇଁ ପିଚ୍ ବଏ ପରି କାହାଣୀ, ଅକୀରା ଓ ବୁଦ୍ଧ ସେରିଜ୍ ପରି ମାଙ୍ଗା। ଏଥିରେ ପ୍ରସିଦ୍ଧ ଲେଖକ ମୁରକାମି ଓ କାଯୁଓ ଇଶିଗୁରୋଙ୍କ ଉପନ୍ୟାସ, ହାଇକୁ କବିତା, ଓ ଟୟୋଟା ଷ୍ଟୋରୀ ପରି ପ୍ରବନ୍ଧନ ପୁସ୍ତକ ମଧ୍ୟ ଉପଲବ୍ଧ ଅଛି।

ଉତ୍ସବରେ ହେଇଥିବା ଓରିଗାମି ୱାର୍କସପର ନେତୃତ୍ୱ ଅର୍କିଟେକ୍ଟ୍ ତଥା ଓରିଗାମି କଳାକାର ସନ୍ତୃପ୍ତି ଦାସ ନେଇଥିଲେ। ସେ ପୂର୍ବରୁ ନ୍ୟୁ ୟର୍କର ଜାପାନୀ ସମୁଦାୟ ଲୋକଙ୍କ ପାଇଁ ଓରିଗାମି ପଙ୍ଖା ପ୍ରସ୍ତୁତ କରିଥିଲେ । ସେ ବ୍ୟାଖ୍ୟା କଲେ, ଓରିଗାମି କିପରି ଜାପାନୀୟ ସଂସ୍କୃତିର ସଙ୍କୁଚିତତା ଓ ନବୀନତାକୁ ପ୍ରକାଶ କରେ । ସେ ସମସ୍ତଙ୍କୁ ବିଭିନ୍ନ ଆକୃତି କରିବାକୁ ସିଖାଇଲେ । ଉଦାହରଣସ୍ୱରୂପ, ସେ ପିଲା ଓ ତାଙ୍କ ସହ ଥିବା ଅନ୍ୟ ପ୍ରତିଯୋଗୀଙ୍କୁ ୩ଟି ଭିନ୍ନ ରଙ୍ଗର କାଗଜକୁ ଭିନ୍ନ ଭିନ୍ନ ଭାବରେ ମୋଡ଼ି, ଗୋଟିଏ ଘୁରାଣୀ ଖେଳନା ପ୍ରସ୍ତୁତ କଲେ। ପିଲାଙ୍କ ସହ କଂଶଲ୍ ଓ ଅନ୍ୟ ମାନେ ଏହା ଦେଖି ଆଶ୍ଚର୍ଯ୍ୟ ଓ ଖୁସି ହେଲେ। ଏହା ସହ ଆହୁରି ଏକ ଓରିଗାମି ମଧ୍ୟ ହେଇଥିଲା ଯାହା ସମସ୍ତ ପିଲା ଓ ପ୍ରତିଯୋଗୀ ମିଶିକି ତିଆରି କରିଥିଲେ ଯାହା ଧଳା କାଗଜରେ ତିଆରି ହୋଇଥିଲା।

ଡୋରେମନ୍ ଓ ସେହି ଭଳି ଅନ୍ୟ ଚରିତ୍ରର ପ୍ରସିଦ୍ଧତା କୁ ନଜର ରେ ରଖି ଆନିମେଟ୍ରୋ ଟିମ୍ ଏକ “ଅନିମେ କସ୍ ପ୍ଲେ ୱାର୍କସପ” ର ଆୟୋଜନ ରବିବାର ସକାଳେ କରିବେ। ଆନିମେ ପ୍ରେମୀମାନଙ୍କ ପାଇଁ ଏହା ଉଦ୍ଧିଷ୍ଟ ଯେଉଁଠାରେ ସେମାନେ ୱିଇଗ ଷ୍ଟାଇଲିଂ, ପ୍ରପ ମକିଂ ଦ୍ୱାରା ନିଜ ପ୍ରିୟ ପାତ୍ରମାନଙ୍କୁ ପ୍ରକାଶ କରିପାରିବେ ।

ରବିବାର ସନ୍ଧ୍ୟାରେ କିଟ୍ ଇଣ୍ଟରନେସନାଲ୍ ସ୍କୁଲର ଅଙ୍କିତା ପଟ୍ଟନାୟକ ଓ ବିଦ୍ୟୁତ ଲତା ଜାପାନର କାମିଶିବାଇ ଷ୍ଟୋରୀଟେଲିଂ କରିବେ। କାମିଶିବାଇ ଜାପାନର ପାରମ୍ପରିକ “କାଗଜ ନାଟକ” ଯେଉଁଠି କାହାଣୀକାର ଗୋଟିଏ ଛୋଟ କାଠର ମଞ୍ଚ ନେଇଥାନ୍ତି ଓ ଚିତ୍ରିତ କାର୍ଡଗୁଡ଼ିକୁ ପ୍ରଦର୍ଶନ କରିଥାନ୍ତି, କାହାଣୀ ସହିତ କ୍ରମେ ସେଗୁଡ଼ିକୁ ଖୋଲିଥାନ୍ତି ।

Comments are closed.