Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲର ପଞ୍ଚମ ଦିନ

କଟକ : ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲର ପଞ୍ଚମ ଦିନ । କଟକର ୫୯ ଗୋଟି ୱାର୍ଡ୍ ରୁ ବିଭିନ୍ନ ଦଳର ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ମାନେ ନିଜ ନିଜର ଦାଖଲ କରିଛନ୍ତି ନାମାଙ୍କନପତ୍ର । ଅନେକ ପ୍ରାର୍ଥୀ ଦାଖଲ କରିଥିବା ବେଳେ କଟକରେ ପ୍ରଥମ କରି ନିର୍ବାଚନ ରଣାଙ୍ଗନରେ ପ୍ରାର୍ଥୀ ହୋଇଛନ୍ତି କିନ୍ନର ।

୩୮ ନମ୍ବର ୱାର୍ଡ୍ ରୁ ସ୍ୱାଧିନ ପ୍ରାର୍ଥୀ ଭାବେ ଆଜି ତନୁଶ୍ରୀ ବେହେରା ନିଜ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି । ୱାର୍ଡର ବିଭିନ୍ନ ସମସ୍ୟା, ୱାର୍ଡ୍ ବାସୀଙ୍କ ମୌଳିକ ସମସ୍ୟା ଏବଂ ବିଶେଷ କରି କିନ୍ନର ମାନଙ୍କ ବହୁବିଧ ସମସ୍ୟାକୁ ଦୃଷ୍ଟିରେ ରଖି ଆଗେଇ ଆସିଛନ୍ତି କିନ୍ନର ତନୁଶ୍ରୀ ।

ଅନ୍ୟପକ୍ଷରେ ଆହୁରି ଉଚ୍ଚଶିକ୍ଷିତ, ଯୁବ ଇଞ୍ଜିନିୟର, ବ୍ୟବସାୟୀ ମଧ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୧୪ ନମ୍ବର ୱାର୍ଡ୍ ରୁ ଯୁବ ଇଞ୍ଜିନିୟର ନାରାୟଣ ସାହୁ ପ୍ରଥମ କରି ନିର୍ବାଚନକୁ ଓହ୍ଲାଇଛନ୍ତି । ସହରରେ ପରିମଳର ଅନେକ ସମସ୍ୟା ଥିବାରୁ ଏହାକୁ ମୁଦ୍ଦା କରିଛନ୍ତି ।

ପୌର ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓ ଭୁବନ ଏନଏସିରେ ତିନି ପ୍ରମୁଖ ଦଳ ମଧ୍ୟରେ ଅଙ୍କ କଷା ଶେଷ ହୋଇଛି । ପଞ୍ଚମ ଦିନରେ କାମାକ୍ଷାନଗର ଏନଏସିରେ ବିଜେଡି ତାର ୧୫ ଗୋଟି ୱାର୍ଡ ମଧ୍ୟରୁ ୧୩ ଗୋଟି ୱାର୍ଡର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।  ନଗରପାଳ ଭାବେ ବିଜେଡିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡ଼ି ଢେଙ୍କାନାଳ ଜିଲ୍ଲା ଯୁବ ସଭାପତି ତଥା ପୂର୍ବତନ ନଗରପାଳ ଧର୍ମାନନ୍ଦ ପରିଡା । ସେହିପରି ଭୁବନ ଏନଏସିରେ କଂଗ୍ରେସ ତାର ପ୍ରାର୍ଥୀ ମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛି

ସେହିପରି ଆହୁରି ଅନେକ ହେଭିୱଟ୍ ପ୍ରାର୍ଥୀ ଓ ପ୍ରାର୍ଥୀନି ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ।
;

Comments are closed.