Latest Odisha News

BREAKING NEWS

ୱାର୍ଣ୍ଣେଙ୍କ ବେଡରୁମରୁ ମିଳିଲା ରକ୍ତର ଛିଟା

ନୂଆଦିଲ୍ଲୀ: ଥାଇଲାଣ୍ଡ ପୋଲିସକୁ ମହାନ କ୍ରିକେଟର ଶେନ ୱାର୍ଣ୍ଣେଙ୍କ ମୃତ୍ୟୁକୁ ନେଇ ଏକ ବଳିଷ୍ଠ ପ୍ରମାଣ ହାତରେ ଲାଗିଛି । ତାଙ୍କ ବେଡରୁମରୁ ଏବଂ ଟାୱେଲରୁ ରକ୍ତ ଚିହ୍ନ ମିଳିଛି । ପୂର୍ବରୁ ମୃତଦେହ ନିକଟରେ ମଧ୍ୟ ପ୍ରଚୁର ପରିମାଣର ରକ୍ତ ମିଳିଥିଲା । ୱାର୍ଣ୍ଣେଙ୍କ ବନ୍ଧୁଙ୍କ କହିବା ଅନୁସାରେ ସେମାନେ ସିପିଆର ଦେବାବେଳେ ସେ ରକ୍ତ ବାନ୍ତି କରିଥିଲେ । ପୋଲିସ ଏହି ଦିଗକୁ ନେଇ ଯାଂଚ ଆରମ୍ଭ କରିଛି । ପୋଷ୍ଟମର୍ଟମ ରିପୋର୍ଟ ପରେ ଅଧିକ ତଦନ୍ତ କରାଯିବ ବୋଲି ତଦନ୍ତ ଅଧିକାରୀ କହିଛନ୍ତି ।

ଶୁକ୍ରବାର ୱାର୍ଣ୍ଣେଙ୍କୁ ଥାଇଲାଣ୍ଡରେ ଥିବା ତାଙ୍କ ରୁମରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ମଧ୍ୟ ବଂଚାଯିବା ସମ୍ଭବପର ହୋଇ ନ ଥିଲା । ବିଶ୍ୱ କ୍ରିକେଟର ଏହି କିମ୍ବଦନ୍ତୀ ଲେଗ ସ୍ପିନର ୧୦୦୦ରୁ ଊର୍ଦ୍ଧ୍ୱ ଆନ୍ତର୍ଜାତୀୟ ୱିକେଟ ହାସଲ କରିଛନ୍ତି । ତାଙ୍କ ବିୟୋଗରେ କ୍ରିକେଟ ଦୁନିଆ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି ।

Comments are closed, but trackbacks and pingbacks are open.