Latest Odisha News

ଚେସ ବିଶ୍ୱକପ ଫାଇନାଲ: କାର୍ଲସେନ-ପ୍ରଜ୍ଞାନନନ୍ଦ ଦ୍ୱିତୀୟ ମ୍ୟାଚ ଡ୍ର, ଟାଇବ୍ରେକରରେ ହେବ ନିଷ୍ପତି

ନୂଆଦିଲ୍ଲୀ: ଚଳିତ ଚେସ ବିଶ୍ୱକପରେ ଭାରତର ଉଦୀୟମାନ ଖେଳାଳି ପ୍ରଜ୍ଞାନନନ୍ଦ ବିଶ୍ୱର ଏକ ନମ୍ବର ଖେଳାଳି ନରୱେର ମାଗ୍ନସ କାର୍ଲେସନଙ୍କ ବିପକ୍ଷରେ କଡା ମୁକାବିଲା ଜାରୀ ରଖିଛନ୍ତି । ବୁଧବାର ଅନୁଷ୍ଠିତ ଫାଇନାଲର ଦ୍ୱିତୀୟ ମ୍ୟାଚ ମଧ୍ୟ ଡ୍ର ରହିଛି । ୩୦ତମ ମୁଭ ପରେ ଉଭୟ ଖେଳାଳି ଡ୍ର ନେଇ ସହମତି ହୋଇଥିଲେ । ପୂର୍ବରୁ ମଙ୍ଗଳବାର ଖେଳା ଯାଇଥିବା ପ୍ରଥମ ମ୍ୟାଚ ମଧ୍ୟ ଡ୍ର ରହିଥିଲା । ଗୁରୁବାର ଟାଇବ୍ରେକର ମାଧ୍ୟମରେ ଚାମ୍ପିୟନ ସ୍ଥିର କରାଯିବ । ପ୍ରଥମ ଗେମରେ ପ୍ରଜ୍ଞାନନନ୍ଦ ଭଲ ସ୍ଥିତିରେ ଥିଲେ ମଧ୍ୟ ଏହାକୁ ବଜାୟ ରଖିପାରି ନ ଥିଲେ । ବିଶ୍ୱନାଥନ ଆନନ୍ଦଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି ।

ଓଭରାଲ ବବି ଫିଶ୍ଚର ଓ କାର୍ଲସେନଙ୍କ ପରେ ସେ ତୃତୀୟ ସର୍ବକନିଷ୍ଠ ଖେଳାଳି ଭାବେ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଂଟ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ବିଶ୍ୱ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିବା ଯୋଗୁ ତାଙ୍କୁ ଏହି ସଫଳତା ମିଳିଛି । ଅତ୍ୟଧିକ ଯାତ୍ରା ଯୋଗୁ ମୁଁ ହାଲିଆ ହୋଇ ପଡିଛି । ୨ଟି ମ୍ୟାଚ ଡ୍ର ରହିବା ଫଳରେ ଏବେ ମୋ ପାଖରେ ବିଶ୍ରାମ ପାଇଁ ଗୋଟିଏ ଦିନ ସମୟ ରହିଛି ବୋଲି କାର୍ଲସେନ କହିଛନ୍ତି ।

Leave A Reply

Your email address will not be published.