Latest Odisha News

ଖୁସି ଖବର : ଭାରତୀୟ ଫୁଟବଲ ସଂଘ ଉପରୁ ବାସନ୍ଦ ଉଠାଇଲା ଫିଫା

ଜ୍ୟୁରିକ: ଆନ୍ତର୍ଜାତୀୟ ଫୁଟବଲ ଫେଡେରେଶନ (ଫିଫା) ଆଜି ଭାରତୀୟ ଫୁଟବଲ ଆସୋସିଏଶନ ଉପରୁ ବାସନ୍ଦ ଉଠାଇ ଦେଇଛି । ଅକ୍ଟୋବରରେ ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ ନେଇ ସୃଷ୍ଟି ହୋଇଥିବା ଆଶଙ୍କାର ବାଦଲ ମଧ୍ୟ ହଟିଛି । ୮୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଅଗଷ୍ଟ ୧୫ରେ ଏଆଇଏଫଏଫକୁ ଫିଫା ସସପେଣ୍ଡ କରିଥିଲା । ଏହା ପରେ ପ୍ରଶାସକ କମିଟିକୁ ସୁପ୍ରିମକୋର୍ଟ କ୍ଷମତାଶୂନ୍ୟ କରିବା ପରେ ଫିଫା ଏହି ଦଣ୍ଡାଦେଶ ହଟାଇଥିଲା । ଭୁବନେଶ୍ୱର ସମେତ ଭାରତର ୩ଟି ସ୍ଥାନରେ ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ୧୭ ବର୍ଷରୁ କମ ବିଶ୍ୱକପ ଆୟୋଜିତ ହେବ । ଏସିଆନ ଫୁଟବଲ କାଉନସିଲକୁ ଏହା ଉପରେ ନଜର ରଖିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଏଆଇଏଫଏଫର କାର୍ଯ୍ୟନିର୍ବାହୀ ସାଧାରଣ ସମ୍ପାଦକ ସୁନନ୍ଦୋ ଧର ସସପେଣ୍ଡ ଆଦେଶର ପୁନଃ ବିଚାର ପାଇଁ ଫିଫାକୁ ପତ୍ର ଲେଖିଥିଲେ । ସେ ଏଥିରେ ପ୍ରଶାସକ କମିଟିକୁ ହଟାଇ ଯାଇଥିବା ନେଇ ସ୍ପଷ୍ଟ କରିଥିଲେ । ସୁପ୍ରିମକୋର୍ଟ ଅଗଷ୍ଟ ୨୮ରେ ହେବାକୁ ଥିବା କର୍ମକର୍ତା ନିର୍ବାଚନକୁ ସେପ୍ଟମ୍ବର ୨କୁ ଘୁଂଚାଇ ଦେଇଛି । ସାନି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ କରିବା ସହ ନିରପେକ୍ଷ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.