Latest Odisha News

BREAKING NEWS

ଫିଫା ପୁରୁଷ ଫୁଟବଲ ମାନ୍ୟତାରେ ଖସିଲା ଭାରତ, ଉଠିଲା ବାଂଲା

ନୂଆଦିଲ୍ଲୀ: ଗୁରୁବାର ବିଶ୍ୱ ଫୁଟବଲ୍ ପରିଚାଳନା ସଂସ୍ଥା ଫିଫା ଦ୍ୱାରା ପ୍ରକାଶିତ ସଦ୍ୟ ପୁରୁଷ ଫୁଟବଲ ଦଳ ମାନ୍ୟତାରେ ଭାରତ ଗୋଟିଏ ସ୍ଥାନ ତଳକୁ ଖସି ୧୨୭ତମ ସ୍ଥାନରେ ପହଞ୍ଚିଛି। ଏଏଫସି ଏସିଆନ କପ୍ ୨୦୨୭ କ୍ୱାଲିଫାୟର୍ସର ପ୍ରଥମ ମ୍ୟାଚରେ ଭାରତ -ବାଂଲାଦେଶ ମଧ୍ୟରେ ମ୍ୟାଚ ଗୋଲଶୂନ୍ୟ ଡ୍ର ରହିଥିଲା । ଏହାପରେ ଭାରତର ମାନ୍ୟତା ତଳକୁ ଖସି ଯାଇଛି ।

ତେବେ ଡ୍ର ମ୍ୟାଚ ପରେ ବାଂଲାଦେଶକୁ ଲାଭ ମିଳିଛି । ଦୁଇଟି ସ୍ଥାନ ଉପରକୁ ଉଠି ଏବେ ୧୮୩ତମ ସ୍ଥାନରେ ରହିଛି ବାଂଲାଦେଶ ।

ମାନୋଲୋ ମାର୍କେଜଙ୍କ ପ୍ରଶିକ୍ଷଣରେ ଭାରତ ୨୦୨୪ରେ ୧୩ଟି ମ୍ୟାଚ୍ ମଧ୍ୟରୁ କେବଳ ଗୋଟିଏ ବିଜୟ ପାଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଏସିଆ କପ୍ ରେ ଯୋଗ୍ୟତା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଭାରତ ଗ୍ରୁପରେ ବାଂଲାଦେଶ, ସିଙ୍ଗାପୁର ଏବଂ ହଂକଂ ସହିତ ରହିଛି।

ତେବେ ଫିଫା ଦ୍ୱାରା ପ୍ରକାଶିତ ସଦ୍ୟ ତାଲିକାର ଶୀର୍ଷରେ ଡିଫେଣ୍ଡିଂ ବିଶ୍ୱ ଚାମ୍ପିଅନ ଆର୍ଜେଣ୍ଟିନା ରହିଛି, ୟୁରୋପୀୟ ଚାମ୍ପିଅନ ସ୍ପେନ୍ ଏବଂ ଫ୍ରାନ୍ସ କ୍ରମାଗତ ଭାବେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଇଂଲଣ୍ଡ ୪ର୍ଥ, ବ୍ରାଜିଲ ୫ମ, ନେଦରଲ୍ୟାଣ୍ଡ ୬ଷ୍ଠ, ପର୍ତ୍ତୁଗାଲ ସପ୍ତମ, ବେଲଜିୟମ ୮ମ, ଇଟାଲି ୯ମ ଓ ଜର୍ମାନୀ ୧୦ମ ସ୍ଥାନରେ ରହିଛି ।

 

 

 

 

 

 

 

Comments are closed.