Latest Odisha News

ଫିଫା ବିଶ୍ୱକପ ୨୦୨୨: ଶେଷ ଦଳ ଭାବେ ଯୋଗ୍ୟତା ଅର୍ଜନ କଲା କୋଷ୍ଟାରିକା

ସାନ ଜୋସ: ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା କାତାର ଫିଫା ବିଶ୍ୱକପ ଫୁଟବଲ ପାଇଁ ଶେଷ ଦଳ ଭାବେ କୋଷ୍ଟାରିକା ଯୋଗ୍ୟତା ଅର୍ଜନ କରିଛି । ଅନ୍ତିମ କ୍ୱାଲିଫାଇଙ୍ଗ ପ୍ଲେ ଅଫରେ କୋଷ୍ଟାରିକା ୧-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ଜୋଏଲ କ୍ୟାମ୍ପବେଲ ଦଳ ପକ୍ଷରୁ ଏକମାତ୍ର ଗୋଲଟି ସ୍କୋର କରିଥିଲେ । ୩୯ତମ ମିନିଟରେ ନ୍ୟୁଜିଲାଣ୍ଡ ଗୋଲ ସ୍କୋର କରିଥିଲେ ମଧ୍ୟ ଭିଡିଓ ରେଫରାଲରେ ଏହାକୁ ନାକଚ କରି ଦିଆ ଯାଇଥିଲା । ଜର୍ମାନୀ, ସ୍ପେନ ଓ ଜାପାନ ସହ ଗ୍ରୁପ ଇରେ କୋଷ୍ଟାରିକା ସ୍ଥାନ ପାଇଛି । ଉତର ଆମେରିକାର ଏହି ଟିମ ଷଷ୍ଠ ଥର ପାଇଁ ବିଶ୍ୱକପ ଖେଳିବା ଯୋଗ୍ୟତା ଅର୍ଜନ କରିଛି ।

ଘୋଷିତ ୩୨ ଟିମ
ଗ୍ରୁପ ଏ: କାତାର, ଇକ୍ୟୁଡେର, ସେନଗାଲ, ନେଦରଲାଣ୍ଡ ।  ଗ୍ରୁପ ବି: ଇଂଲଣ୍ଡ, ଇରାନ,ଆମେରିକା, ୱେଲ୍ସ ।  ଗ୍ରୁପ ସି: ଆର୍ଜେଂଟିନା, ସୌଦି ଆରବ, ମେକ୍ସିକୋ, ପୋଲାଣ୍ଡ । ଗ୍ରୁପ ଡି: ଫ୍ରାନ୍ସ, ଅଷ୍ଟ୍ରେଲିଆ, ଡେନମାର୍କ, ଟ୍ୟୁନିସିଆ ।
ଗ୍ରୁପ ଇ: ସ୍ପେନ, କୋଷ୍ଟା ରିକା, ଜର୍ମାନୀ, ଜାପାନ ।
ଗ୍ରୁପ ଏଫ: ବେଲଜିୟମ, କାନାଡା, ମରକ୍କୋ, କ୍ରୋଏସିଆ ।
ଗ୍ରୁପ ଜି: ବ୍ରାଜିଲ, ସର୍ବିୟା, ସୁଇଜରଲାଣ୍ଡ, କାମେରୁନ ।
ଗ୍ରୁପ ଏଚ: ପର୍ତୁଗାଲ, ଘାନା, ଉରୁଗୁଏ, ଦକ୍ଷିଣ କୋରିଆ ।

Leave A Reply

Your email address will not be published.