Latest Odisha News

BREAKING NEWS

ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ହାର୍ଦ୍ଦିକ ଅଧିନାୟକ

ମୁମ୍ବାଇ: ଆୟର୍ଲାଣ୍ଡ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ଭାରତୀୟ ଦଳର ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା । ବୁଧବାର ବିସିସିଆଇ ଚୟନ କମିଟି ୧୭ ଜଣିଆ ଭାରତୀୟ ଦଳର ଘୋଷଣା କରିଥିଲା । ଭୁବନେଶ୍ୱର କୁମାରଙ୍କ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ନିକଟରେ ଶେଷ ହୋଇଥିବା ଆଇପିଏଲରେ ହାର୍ଦ୍ଦିକ ଗୁଜରାଟ ଟାଇଟାନ୍ସର ନେତୃତ୍ୱ ନେଇ ଦଳକୁ ଚାମ୍ପିୟନ କରାଇଥିଲେ । ତାଙ୍କ ନେତୃତ୍ୱରେ ଗୁଜରାଟ ୧୫ ମ୍ୟାଚରୁ ୧୧ରେ ବିଜୟ ହାସଲ କରିଥିଲା । ଯାହାକି ଚୟନ କମିଟିକୁ ପ୍ରଭାବିତ କରିଥିଲା । ଏହା ପରେ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଦଳର ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା । ଭାରତ ୨୬ ଓ ୨୮ ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ ।

ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଭୁବନେଶ୍ୱର କୁମାର (ଉପ ଅଧିନାୟକ), ଈଶାନ କିଶାନ, ରିତୁରାଜ ଗାଏକ୍ୱାଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଭେଙ୍କେଟେଶ ଆୟାର, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଦିନେଶ କାର୍ତିକ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଶ୍ନୋଇ, ହର୍ଷଲ ପଟେଲ, ଆଭେଶ ଖାଁ, ଅର୍ଶଦୀପ ସିଂ, ଉମରାନ ମଲିକ ।

Leave A Reply

Your email address will not be published.