ମସ୍କୋ : ଫିଫା ବିଶ୍ୱକପ ଫୁଟବଲ ଏବେ ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ସେମିଫାଇନାଲ ଜିତି ଫ୍ରାନ୍ସ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ଆଜି ଦ୍ୱିତୀୟ ସେମିଫାଇନାଲ ।
ଆଜିର ସେମିଫାଇନାଲ ବିଜେତା ହିଁ ଫାଇନାଲରେ ଭେଟିବ ଅଭିଜ୍ଞ ଫ୍ରାନ୍ସ ଦଳକୁ । ଆଜି ଇଂଲଣ୍ଡ ଓ କ୍ରୋଏସିଆ ଫୁଟବଲ ଦଳ ମଧ୍ୟରେ ହେବ ଘମାଘୋଟ ଲଢେଇ ।