Latest Odisha News

BREAKING NEWS

ବିଜୟ ସତ୍ୱେ ଚିନ୍ତାରେ ବ୍ରାଜିଲ, ନେମାର ଆହତ

ଲୁସୈଲ: ଚଳିତ ଫିଫା ବିଶ୍ୱକପରେ ବ୍ରାଜିଲ ୨-୦ ଗୋଲରେ ସର୍ବିୟାକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚରେ ରିଚର୍ଲିସନ ୬୨ତମ ଏବଂ ୭୪ତମ ମିନିଟରେ ଏହି ୨ଟି ଗୋଲ ସ୍କୋର କରିଥିଲେ । ତେବେ ମ୍ୟାଚ ପରେ ଷ୍ଟାର ଖେଳାଳି ନେମାର ଆହତ ହେବା ଟିମ ମ୍ୟାନେଜମେଂଟକୁ ଚିନ୍ତାରେ ପକାଇ ଦେଇଛି । ତାଙ୍କ ଡାହାଣ ଗୋଡରେ ଆଘାତ ଲାଗିଛି । ସୁଇଜରଲାଣ୍ଡ ବିପକ୍ଷ ମୁକାବିଲାରେ ସେ ଉପଲବ୍ଧ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ତେବେ ଏହା ଏତେଟା ଗୁରୁତର ନୁହେଁ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

୨୦୧୪ ବିଶ୍ୱକପରେ ମଧ୍ୟ କଲମ୍ବିଆ ବିପକ୍ଷ ମ୍ୟାଚ ପରେ ନେମାର ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଓହରି ଯାଇଥିଲେ । ଏହା ପରେ ବ୍ରାଜିଲ ସେମିଫାଇନାଲରେ ୧-୭ ଗୋଲରେ ଶୋଚନୀୟ ଭାବେ ଜର୍ମାନୀ ନିକଟରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଥିଲେ । ନେମାରଙ୍କ ଉପସ୍ଥିତି ଟିମ ସନ୍ତୁଳନକୁ ବଜାୟ ରଖୁଛି । ଯେତେଦୂର ସମ୍ଭବ ସେ ଆଗାମୀ ମ୍ୟାଚରେ ଖେଳିବେ ବୋଲି ଟିମ ମ୍ୟାନେଜମେଂଟ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.