Latest Odisha News

BREAKING NEWS

୨୪ ଘଣ୍ଟାରେ ଆହୁରି ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଲାଗି ରହିବ ଶୁଖିଲା ପାଗ, ଆହୁରି ଖସିବ ପାରଦ, ବଢ଼ିବ ଶୀତ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଆଉ ୨ରୁ ୩ ଡିଗ୍ରୀ ଖସିବା ସହ ଶୀତ ବଢ଼ିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସେହିଭଳି ୨୬ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ବଲାଙ୍ଗିର, କନ୍ଧମାଳ, ଗଜପତି, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଦେଖାଯିବ । ଏହାପରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ଆଜି ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ସର୍ବନିମ୍ନ ରାତି ତାପମାତ୍ରା ୯.୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେହିଭଳି ଝାରସୁଗୁଡ଼ାରେ ସର୍ବନିମ୍ନ ରାତି ତାପମାତ୍ରା ୧୨ ଡିଗ୍ରୀ, ଘୁ. ଉଦୟଗିରିରେ ୧୨.୪ ଡିଗ୍ରୀ ରହିଥିଲା । କୋରାପୁଟ ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖା ଯାଇଥିବା ବେଳେ ଦୃଶ୍ୟମାନ ଦୂରତା ଥିଲା ୨୦୦ ମିଟରରୁ କମ୍ ।

Leave A Reply

Your email address will not be published.