Latest Odisha News

BREAKING NEWS

ଏମ୍ସ ଓ ସମ ହସ୍ପିଟାଲ ଯାଇଥିଲେ ଓଡିଶାର ୫ମ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାର ୫ମ କୋଭିଡ-୧୯ ଆକ୍ରାନ୍ତ ପ୍ରଦୀପ୍ତ ଦଳ ବେହେରାଙ୍କୁ ଚିହ୍ନଟ ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ୟୁନିଟ୍-୭ ସ୍ଥିତ ସୁର୍ଯ୍ୟନଗର ଅଞ୍ଚଳକୁ ସିଲ୍ କରିଦିଆଯାଇଛି ।

ନିକଟରେ ବିଏମସି ପକ୍ଷରୁ ଏକ ଟ୍ୱିଟ କରି କୁହାଯାଇଛି ଯେ ସମ୍ପୃକ୍ତ ବ୍ୟକ୍ତି ଜଣକର ଯାତ୍ରା ଇତିହାସ ଅନୁଯାୟୀ ସେ ଥଣ୍ଡାରେ ପୀଡିତ ହୋଇ ଗତ ମାର୍ଚ୍ଚ ୨ ତାରିଖରେ ସୁର୍ଯ୍ୟନଗର ଅଞ୍ଚଳର ମହାଶକ୍ତି ଚିକିତ୍ସାଳୟକୁ ଯାଇଥିଲେ। ପରେ ସ୍ୱାସ୍ଥ୍ୟବସ୍ଥା ଅତ୍ୟଧିକ ଖରାପ ଏବଂ ଲଗାତାର କାଶ ହେବାରୁ ସେ ପୁଣି ମାର୍ଚ୍ଚ ୧୨ ରେ କ୍ଲିନିକକୁ ଯାଇଥିଲେ।

ପରବର୍ତ୍ତୀ ସମୟରେ ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବାରୁ ରୋଗୀ ଜଣକ ମାର୍ଚ୍ଚ ୨୭ ଏବଂ ୨୮ ରେ ସମ ହସ୍ପିଟାଲର ଆୟୁର୍ବେଦିକ ବିଭାଗ (ଓପିଡି)ରେ ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ। ତେବେ ଶ୍ରୀ ଦଳ ବେହେରାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ସେ ମାର୍ଚ୍ଚ ୩୧ରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ।

Leave A Reply

Your email address will not be published.