Latest Odisha News

ଅନ୍ତରୀକ୍ଷ ବୈଜ୍ଞାନିକଙ୍କୁ ପଦାର୍ଥର ୫ମ ଅବସ୍ଥାର ପ୍ରମାଣ ମିଳିଲା !

ପ୍ୟାରିସ: ବୈଜ୍ଞାନିକମାନେ ପଦାର୍ଥର ୫ମ ଅବସ୍ଥାର ପ୍ରମାଣ ପାଇଛନ୍ତି । ଏହା ବିଶ୍ୱାସ ନ ହେଲେ ବି ସତ । ଭାରତର ସତ୍ୟେନ୍ଦ୍ର ନାଥ ବୋସ ଏବଂ ଆଲବର୍ଟ ଆଇନଷ୍ଟାଇନ ୧୯୨୦ରେ ଏ ସମ୍ପର୍କରେ ଥିଓରି ଉପସ୍ଥାପନ କରିଥିଲେ । ସେଥିପାଇଁ ଏହାକୁ ବିଇସି କୁହାଯାଏ । ନିକଟରେ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନରେ ଏ ନେଇ ପରୀକ୍ଷା କରାଯାଇଥିଲା । ଗବେଷଣାରୁ ପ୍ରମାଣିତ ହୋଇଛି ଯେ, କୌଣସି ତତ୍ୱର ପରମାଣୁ ପରମଶୂନ୍ୟ ( ଶୂନ ଡିଗ୍ରୀରୁ -୨୭୩.୧୫ ଡିଗ୍ରୀ) ପର୍ଯ୍ୟନ୍ତ ଥଣ୍ଡା କରାଯାଏ ତାହାହେଲେ ସମସ୍ତ ପରମାଣୁ ଏକତ୍ର ଗୋଟିଏ ପରମାଣୁ ହୋଇଯାଇଥାନ୍ତି ।

ସାଧାରଣତଃ ପରମାଣୁ ପଦାର୍ଥ ମଧ୍ୟରେ ଅଲଗା ଅଲଗା ଗତି କରିଥାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରାୟ ସମସ୍ତେ ପଦାର୍ଥର ୩ଟି ଅବସ୍ଥା ଜାଣିଥାନ୍ତି । ପରେ ପ୍ଳାଜାମାକୁ ଏଥିରେ ସାମିଲ କରାଯାଇଛି । ଯଦି ଉପରୋକ୍ତ ଗବେଷଣା ଠିକ୍ ଭାବେ ପ୍ରମାଣିତ ହୁଏ ତାହାହେଲେ ଏହାକୁ ଲାଗୁ କରାଯିବ ।

Comments are closed.