Latest Odisha News

BREAKING NEWS

କୋଭିଡ ମୁକାବିଲା: ଆଜିଠୁ ଗଂଜାମରେ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ କ୍ୟାମ୍ପେନ୍

ଗଞ୍ଜାମ: ରାଜ୍ୟରେ ବଢ଼ି ଚାଲିଛି କୋଭିଡ ମାମଲା । ଏହାର ମୁକାବିଲା ପାଇଁ ଜୋରଦାର ପ୍ରୟାସ । ଗଂଜାମକୁ କରୋନା ମୁକ୍ତ କରିବା ପାଇଁ ଆଜିଠୁ ସେଠାରେ କ୍ୟାମ୍ପେନ ଆରମ୍ଭ ହୋଇଛି । ଉଭୟ ଅନ୍‌ଲାଇନ୍ ଓ ଅଫଲାଇନ୍ ମାଧ୍ୟରେ ଲୋକଙ୍କୁ ସଚେତନ କରାଯାଉଛି ।

ସ୍ୱେଚ୍ଛାସେବୀ ଓ ଜନପ୍ରତିନିଧି ଘରକୁ ଘର ବୁଲି କରୋନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବେ । ଉପାନ୍ତ ଅଂଚଳକୁ ସ୍ୱତନ୍ତ୍ର ଟିମ୍ ଯାଇ କରୋନା ମହାମାରୀ ସମ୍ପର୍କରେ ସଚେତନ କରାଇବେ । ସେହିପରି ବିଭିନ୍ନ ରାଲି ମାଧ୍ୟମରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏନ୍‌ଜିଓ, କୋଭିଡ ଶକ୍ତି ମହିଳାମାନେ ଏହି କ୍ୟାମ୍ପେନରେ ସାମିଲ ହୋଇ ଲୋକଙ୍କୁ ସଚେତନ କରାଇବେ । ଏନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.