Latest Odisha News

BREAKING NEWS

ଆଜି ବଲିଉଡର ସୁପରଷ୍ଟାର ଜିତେନ୍ଦ୍ରଙ୍କ ଜନ୍ମଦିନ: ତାଙ୍କ ବିଷୟରେ ଜାଣନ୍ତୁ କିଛି ବିଶେଷ କଥା …

ମୁମ୍ବାଇ : ଆଜି ବଲିଉଡ ଅଭିନେତା ଜିତେନ୍ଦ୍ରଙ୍କ ୭୬ ତମ ଜନ୍ମଦିନ । ସେ ନିଜ କ୍ୟାରିୟରରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ୬୦ରୁ ୯୦ ଦଶକ ମଧ୍ୟରେ ୨୦୦ ଟି ଫିଲ୍ମ କରି ଦର୍ଶକଙ୍କ ମନ ଜିତିପାରିଛନ୍ତି । ହିନ୍ଦୀ ସିନେମାର ଏକମାତ୍ର ଅଭିନେତା ଯିଏ କି ତାଙ୍କ କ୍ୟାରିୟରରେ ୮୦ଟି ରିମେକ ଫିଲ୍ମରେ କାମ କରିଛନ୍ତି ।  ଜିତେନ୍ଦ୍ରଙ୍କ ପ୍ରକୃତ ନାଁ ରବି କପୁର ।
ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ଆଗରୁ ଜିତେନ୍ଦ୍ର ବହୁ ସଂଘର୍ଷ ମଧ୍ୟ ଦେଇ ଗତି କରୁଥିଲେ । ସେ ମୁମ୍ବାଇର ଏକ କୁଡିଆ ଘରେ ରହୁଥିଲେ । ତାଙ୍କ ବାପା ଫିଲ୍ମରେ ଅଳଙ୍କାର ଯୋଗାଉଥିଲେ । କଲେଜ ପଢୁଥିବା ବେଳେ ତାଙ୍କ ବାପାଙ୍କ ହୃଦଘାତରେ ଦେହାନ୍ତ ହୋଇଗଲା । ଘର ଚଳାଇବାରେ ଅସୁବିଧା ହେବାରୁ ଜିତେନ୍ଦ୍ର ଫିଲ୍ମ ନିର୍ମାତା ଶାନ୍ତାରାମଙ୍କୁ ଭେଟିଲେ ଆଉ ଫିଲ୍ମରେ କାମ ଦେବାକୁ ଅନୁରୋଧ କଲେ । କିନ୍ତୁ କାମ ଦେବାକୁ ମନା କରିଦେଲେ ଶାନ୍ତାରାମ ।
ପରବର୍ତ୍ତୀ ସମୟରେ ଜିତେନ୍ଦ୍ରକୁ ଡାକି ସ୍କ୍ରିନ୍ ପରୀକ୍ଷା ନେଲେ ଶାନ୍ତାରାମ । ୩୦ ଥର ଟେକ୍ ସତ୍ତ୍ବେ ଜିତେନ୍ଦ୍ର ଡାଇଲଗ୍ ଠିକ୍ ଭାବେ କହିପାରିଲେ ନାହିଁ । ଏହାସତ୍ତ୍ବେ ଶାନ୍ତାରାମ ଫିଲ୍ମ ଗୀତ ଗାୟା ପଥରୋଁସେ ଜିତେନ୍ଦ୍ରଙ୍କୁ ଅଭିନୟ କରିବାର ସୁଯୋଗ ଦେଇଥିଲେ । ଶାନ୍ତାରାମ ହିଁ ତାଙ୍କ ନାଁ ରବି କପୁରରୁ ଜିତେନ୍ଦ୍ର ଦେଇଥିଲେ । ସେତେବେଳେ ଜିତେନ୍ଦ୍ରଙ୍କ ମାସକୁ ଦାରମା ଥିଲା ୧୦୦ ଟଙ୍କା ।
ଗୋଟିଏ ସମୟ ଥିଲା ଯେତେବେଳେ ଜିତେନ୍ଦ୍ର ଏବଂ ଶ୍ରୀଦେବୀଙ୍କ ପ୍ରେମ କାହାଣୀର ଖୁବ୍ ଚର୍ଚ୍ଚା ହୋଇଥିଲା । ୧୯୮୩ରେ ରିଲିଜ୍ ହୋଇଥିଲା ଫିଲ୍ମ ‘ହିମତୱାଲା’ । ଶ୍ରୀଦେବୀଙ୍କୁ ଜିତେନ୍ଦ୍ରଙ୍କ ସହ ‘ହିମତୱାଲା’ ପାଇଁ ସାଇନ୍ କରାଯାଇଥିଲା । ସେତେବେଳେ ସେ ବହୁତ ଖୁସି ହୋଇଥିଲେ କାରଣ ବଲିଉଡକୁ ଆସିବା ପୂର୍ବରୁ ଶ୍ରୀଦେବୀ ଜିତେନ୍ଦ୍ରଙ୍କର ଜଣେ ବଡ଼ ଫ୍ୟାନ ଥିଲେ । ଫିଲ୍ମ ‘ହିମତୱାଲା’ ଜବରଦସ୍ତ ହିଟ୍ ହୋଇଥିଲା ଏବଂ ଏହି ଦୁଇଜଣ ବଲିଉଡର ହଟ୍ ଯୋଡି ହୋଇଗଲେ । ପରବର୍ତ୍ତୀ ସମୟରେ ଜିତେନ୍ଦ୍ର ମଧ୍ୟ ଶ୍ରୀଦେବୀଙ୍କୁ ଭଲ ପାଇବସିଥିଲେ ।
ଜିତେନ୍ଦ୍ର ଓ ଶ୍ରୀଦେବୀଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଜିତେନ୍ଦ୍ରଙ୍କ ପତ୍ନୀ ଶୋଭା କପୁର ଜାଣିବା ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ସମସ୍ୟା ଦୂର କରିବା ପାଇଁ ଜିତେନ୍ଦ୍ର ଶ୍ରୀଦେବୀଙ୍କୁ ତାଙ୍କ ଘରକୁ ଡାକିଥିଲେ । ତାଙ୍କୁ ତାଙ୍କ ପତ୍ନୀ ଶୋଭା କପୁରଙ୍କ ସହ ପରିଚିତ କରାଇଥିଲେ । ଶୋଭା ଏବଂ ଝିଅ ଏକତା ଶ୍ରୀଦେବୀଙ୍କ ଏତେ ସମ୍ମାନ କରିଥିଲେ ଯାହା ତାଙ୍କୁ ବହୁତ କଷ୍ଟ ଦେଇଥିଲା । ସେହି ସାକ୍ଷାତ ପରେ ଜିତେନ୍ଦ୍ର ଏବଂ ଶ୍ରୀଦେବୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।
Leave A Reply

Your email address will not be published.