Latest Odisha News

BREAKING NEWS

କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ କରୋନା ଭୂତାଣୁ…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ବିଶ୍ୱ ମହାମାରୀ କରୋନା ସାରା ବିଶ୍ୱରେ ଆତଙ୍କ ଖେଳେଇ ଚାଲିଛି । ବଡ଼ ବଡ଼ ବିକଶିତ ଦେଶ ମାନଙ୍କର ଅଂଟା ଭାଙ୍ଗି ପଡ଼ିଲାଣି । ଏହି ମହାମାରୀ ଯେତିକି ଦ୍ରୁତ ଗତିରେ ସଂକ୍ରମିତ ହେଉଛି, ତା’ଠୁ ଅଧିକ ଦ୍ରୁତ ଗତିରେ ସାମାଜିକ ଓ ଅର୍ଥନୈତିକ ବ୍ୟବଧାନକୁ ଚଉଡା କରିବାରେ ଲାଗିଛି, ଯାହା କରୋନା ଭୂତାଣୁର ବିପଦକୁ ଅଧିକ ତୀବ୍ର କରୁଛି । କରୋନା ଭୂତାଣୁ କେବଳ ଆମ ସ୍ୱାସ୍ଥ୍ୟ ପାଇଁ ବିପଦ ହୋଇ ଠିଆ ହୋଇନି, ବର୍ତମାନ ଏହା ଆମ ଭିତରେ ବ୍ୟାପକ ଭାବେ ସାମାଜିକ ଓ ଅର୍ଥନୈତିକ ବିଭାଜନ ସୃଷ୍ଟି କରିବାରେ ଲାଗିଛି । ନିକଟ ଭବିଷ୍ୟତରେ କରୋନା ଭୂତାଣୁର ସମଗ୍ର ବିଶ୍ୱ ଉପରେ ସବୁଠାରୁ ବଡ଼ କୁପ୍ରଭାବ ହେବାକୁ ଯାଉଛି ଅର୍ଥନୈତିକ ବିସମତା ।

ଯେଉଁ ଯେଉଁ ଅଂଚଳରେ କରୋନା ଭୂତାଣୁ ସଂକ୍ରମଣ ହୋଇଛିି, ସେହି ସେହି ଅଂଚଳରେ ଅର୍ଥନୈତିକ ବିସମତା ବୃଦ୍ଧି ପାଇବ ଓ ଆଜିର କେନ୍ଦ୍ରୀକରଣ ଅର୍ଥନୀତିରେ ସବୁ ଠାରୁ ଅଧିକ ନକରାତ୍ମକ ପ୍ରଭାବ ନିମ୍ନ ଅର୍ଥନୈତିକ ସ୍ତରର ଲୋକ ଓ ଶ୍ରମ ବଜାର ଉପରେ ପଡ଼ିବ । ଗୋଟିଏ ପଟେ ଭୂତାଣୁର ପ୍ରଭାବ ନିମ୍ନ ଆୟ ବର୍ଗର ଲୋକମାନଙ୍କ ଉପରେ ଅଧିକ ପଡ଼ୁଛି ଓ ରୋଗ ବି ନିମ୍ନ ଆୟ ବର୍ଗର ଲୋକଙ୍କ କ୍ଷେତ୍ରରେ ଅଧିକ ହେବାର ସମ୍ଭାବନା ରହିଛି । ଏଥିସହିତ ବିସମତା ମଧ୍ୟ କରୋନା ଭୂତାଣୁର ପ୍ରଭାବକୁ ଅଧିକ ତୀବ୍ର କରିଥାଏ । ପ୍ରତ୍ୟେକ ମହାମାରୀ ସମୟରେ ଗରିବ ଶ୍ରେଣୀୟ ଲୋକମାନେ ଅଧିକ ପ୍ରଭାବିତ ହୋଇଥାନ୍ତି ଓ ସେମାନଙ୍କ କ୍ଷେତ୍ରରେ ମୃତ୍ୟୁର ସମ୍ଭାବନା ଅଧିକ ଥାଏ । ଯଦି ବି ସେମାନେ ରୋଗ ସହିତ ଲଢ଼େଇ କରନ୍ତି, କିନ୍ତୁ ସେମାନଙ୍କ ସ୍ୱାସ୍ଥ୍ୟ ଓ ରୋଜଗାର ବହୁଳ ଭାବେ ପ୍ରଭାବିତ ହୋଇଥାଏ, ଯାହା ସେମାନଙ୍କୁ ଅଧିକ ବିପଦକୁ ଠେଲି ଦିଏ ।
ନିମ୍ନ ଆୟ ବର୍ଗର ଲୋକମାନେ ବାଧ୍ୟବାଧକତାର ସହିତ, ନିଜ ବୃତି ଓ ପେଟ ପୋଷିବାର ଦାୟରେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ଥାଏ ଓ ପରକ୍ଷଣରେ ସେମାନେ ମଧ୍ୟ ଗୋଷ୍ଠୀ ସଂକ୍ରମଣରେ ମୂଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ମୂଖ୍ୟତଃ କୁହାଯାଉଛି ଯେ, ବୟସ୍କ ବ୍ୟକ୍ତି ଓ ପୂର୍ବରୁ ରୋଗଗ୍ରସ୍ତଙ୍କ କ୍ଷେତ୍ରରେ କରୋନା ଭୂତାଣୁ ସଂକ୍ରମଣ ହେବାର ସମ୍ଭାବନା ଅଧିକ । ଏହା ବ୍ୟତୀତ ଆଉ ଗୋଟିଏ ତୃତୀୟ ବର୍ଗ ବି ଅଛନ୍ତି ଯେଉଁମାନଙ୍କ କ୍ଷେତ୍ରରେ ସଂକ୍ରମଣର ସମ୍ଭାବନା ଯଥେଷ୍ଟ ଅଧିକ । ସେମାନେ ହେଲେ ନିମ୍ନ ଆୟ ବର୍ଗର ଲୋକ । ଧନୀକ ଶ୍ରେଣୀୟ ଲୋକଙ୍କ ଅପେକ୍ଷା ଗରିବ ଶ୍ରେଣୀୟ ଲୋକମାନେ ସଂକ୍ରମଣ କ୍ଷେତ୍ରରେ ଅଧିକ ବିପଦପୂର୍ଣ୍ଣ ଅବସ୍ଥାରେ ଅଛନ୍ତି ।

କରୋନା ଭୂତାଣୁ ଆଗାମୀ ଭବିଷ୍ୟତରେ ଧନୀ ଓ ଗରିବ ମଧ୍ୟରେ ବ୍ୟବଧାନକୁ ଅଧିକ ଚଉଡ଼ା କରିବ, ଏହା ନିଶ୍ଚିତ । ଅର୍ଥନୈତିକ ବିସମତା ସ୍ୱାସ୍ଥ୍ୟଗତ ବିସମତାକୁ ମଧ୍ୟ ବୃଦ୍ଧି କରିଥାଏ । କରୋନା କ୍ଷେତ୍ରରେ ଏହା ଅଧିକ ହେବାକୁ ଯାଉଛି । ପ୍ରତିଷେଧକ ଯତ୍ନ, ସ୍ୱାସ୍ଥ୍ୟ ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ଆଦି ଆମ ସମାଜରେ କ୍ରମାନ୍ୱୟରେ ଉପରୁ ତଳକୁ ଯାଇଥାଏ । ଅର୍ଥାତ ଧନୀ ମାନଙ୍କ ତୁଳନାରେ ଗରିବ ମାନଙ୍କ ପାଖରେ ଏହାର ଉପଲବ୍‌ଧତା କମ୍ ଥାଏ । ଏଭଳି ପରିସ୍ଥିତିରେ ଧନୀ ମାନଙ୍କ ତୁଳନାରେ ଗରିବ ମାନଙ୍କ କ୍ଷେତ୍ରରେ କରୋନା ଭୂତାଣୁର ବିପଦ ଦଶ ଗୁଣ ଅଧିକ ବଢ଼ିଯିବାର ସମ୍ଭାବନା ଅଛି । ‘ଚାଇନିଜ୍ ସେଂଟର ଫର ଡିଜିଜ୍ କଂଟ୍ରୋଲ୍ ଆଣ୍ଡ ପ୍ରିଭେନ୍‌ସନ୍‌’ର ସଦ୍ୟତମ ଅଧ୍ୟୟନରୁ ଏହା ଜଣା ପଡ଼ିଛି । ନିମ୍ନ ଆୟ ବର୍ଗର ଲୋକମାନେ ଯେହେତୁ ନିଜ କାମକୁ ଯିବାକୁ ବନ୍ଦ କରିପାରିବେନି, ତେଣୁ ସେମାନଙ୍କ କ୍ଷେତ୍ରରେ ଭୂତାଣୁ ସଂସ୍ପର୍ଷରେ ଆସିବାର ସମ୍ଭାବନା ଅଧିକ । ବାହାରକୁ ଗଲେ କରୋନା ସଂକ୍ରମଣର ଭୟ ଅଛି ଓ ବାହାରକୁ ନଗଲେ ଆର୍ଥିକ ସ୍ଥିତି ଦୋହଲି ଯିବାର ତଥା ଭୋକରେ ରହିବାର ଭୟ ଅଛି । ତେଣୁ କରୋନା ଭୂତାଣୁ ସେମାନଙ୍କୁ ଏକ ଧର୍ମ ସଂକଟରେ ଠିଆ କରିଦେଇଛି ।

ଅଧିକ ପଢନ୍ତୁ – ଲକ୍ ଡାଉନ୍ ଅନୁଚିନ୍ତା: ଆସ ଜୀବନର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା…

ସେଥିପାଇଁ ଯେକୌଣସି ସମାଜ ପାଇଁ ବିସମତା କେବଳ ଏକ ଆର୍ଥିକ ସମସ୍ୟା ନୁହେଁ, ଏହା ଏକ ଭୟଙ୍କର ସାମାଜିକ ସମସ୍ୟା ମଧ୍ୟ । ଏହା ସମସ୍ତଙ୍କ ପାଇଁ ବିପଦ । ଇଟାଲୀରେ ଶ୍ରମିକ ମାନେ କରୋନା ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟ ସୁବିଧା ପାଇଁ ହରତାଳ କରିବାରୁ କଂପାନୀ ମାଲିକ ତାଙ୍କୁ ତାଚ୍ଛଲ୍ୟ କରି କହିଲେ, ଯେଉଁଠି ଧନୀକ ମାନେ ତ୍ରାହି ପାଉନାହାନ୍ତି, ସେଠି ଶ୍ରମିକ ମାନଙ୍କ କଥା କିଏ ବୁଝୁଛି! କିନ୍ତୁ ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରମିକ ମାନଙ୍କ କଥା ନବୁଝିଲେ ସେମାନେ ବାହାରକୁ ବାହରିବାକୁ ବାଧ୍ୟ ହେବେ ଓ ସଂକ୍ରମଣକୁ ବଢ଼େଇ ଚାଲିବେ, ଯାହା ସମସ୍ତଙ୍କ ପାଇଁ ବିପଦର କାରଣ ହେବ । ସେଥିପାଇଁ ନିମ୍ନ ଆୟ ବର୍ଗର ଲୋକମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ନକରି କେବଳ ଲକ୍ ଡାଉନ୍ ଘୋଷଣା କରିଦେଲେ ଏହା ଖୁବ୍ ବେଶୀ ଫଳପ୍ରଦ ହେବ ନାହିଁ । କରୋନା ଭୂତାଣୁ ଆଗାମୀ ଭବିଷ୍ୟତରେ ଧନୀ ଓ ଗରିବ ମଧ୍ୟରେ ବ୍ୟବଧାନକୁ ଅଧିକ ଚଉଡ଼ା କରିବ, ଏହା ନିଶ୍ଚିତ । ଅର୍ଥନୈତିକ ବିସମତା ସ୍ୱାସ୍ଥ୍ୟଗତ ବିସମତାକୁ ମଧ୍ୟ ବୃଦ୍ଧି କରିଥାଏ । କରୋନା କ୍ଷେତ୍ରରେ ଏହା ଅଧିକ ହେବାକୁ ଯାଉଛି । ପ୍ରତିଷେଧକ ଯତ୍ନ, ସ୍ୱାସ୍ଥ୍ୟ ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ଆଦି ଆମ ସମାଜରେ କ୍ରମାନ୍ୱୟରେ ଉପରୁ ତଳକୁ ଯାଇଥାଏ । ଅର୍ଥାତ ଧନୀ ମାନଙ୍କ ତୁଳନାରେ ଗରିବ ମାନଙ୍କ ପାଖରେ ଏହାର ଉପଲବ୍‌ଧତା କମ୍ ଥାଏ । ଏଭଳି ପରିସ୍ଥିତିରେ ଧନୀ ମାନଙ୍କ ତୁଳନାରେ ଗରିବ ମାନଙ୍କ କ୍ଷେତ୍ରରେ କରୋନା ଭୂତାଣୁର ବିପଦ ଦଶ ଗୁଣ ଅଧିକ ବଢ଼ିଯିବାର ସମ୍ଭାବନା ଅଛି । ‘ଚାଇନିଜ୍ ସେଂଟର ଫର ଡିଜିଜ୍ କଂଟ୍ରୋଲ୍ ଆଣ୍ଡ ପ୍ରିଭେନ୍‌ସନ୍‌’ର ସଦ୍ୟତମ ଅଧ୍ୟୟନରୁ ଏହା ଜଣା ପଡ଼ିଛି । ନିମ୍ନ ଆୟ ବର୍ଗର ଲୋକମାନେ ଯେହେତୁ ନିଜ କାମକୁ ଯିବାକୁ ବନ୍ଦ କରିପାରିବେନି, ତେଣୁ ସେମାନଙ୍କ କ୍ଷେତ୍ରରେ ଭୂତାଣୁ ସଂସ୍ପର୍ଷରେ ଆସିବାର ସମ୍ଭାବନା ଅଧିକ । ବାହାରକୁ ଗଲେ କରୋନା ସଂକ୍ରମଣର ଭୟ ଅଛି ଓ ବାହାରକୁ ନଗଲେ ଆର୍ଥିକ ସ୍ଥିତି ଦୋହଲି ଯିବାର ତଥା ଭୋକରେ ରହିବାର ଭୟ ଅଛି । ତେଣୁ କରୋନା ଭୂତାଣୁ ସେମାନଙ୍କୁ ଏକ ଧର୍ମ ସଂକଟରେ ଠିଆ କରିଦେଇଛି ।

ସମାଜରେ ବିସମତା ଅଧିକ ଥିଲେ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ଗୁଡ଼ିକର ମୂଲ୍ୟ ବଢ଼ିଯାଏ ଓ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ଗୁଡ଼ିକର ମୂଲ୍ୟ ବଢ଼ିଗଲେ ଏହା ନିମ୍ନ ଆୟ ବର୍ଗର ଲୋକମାନଙ୍କୁ ଅଧିକ ବିପଦରେ ପକେଇ ଦିଏ ଓ ପ୍ରକାରାନ୍ତରେ ଏହା ପୁଣି ବିସମତାକୁ ବୃଦ୍ଧି କରେ ଓ ସମାଜରେ ସ୍ୱାସ୍ଥ୍ୟଗତ ସମସ୍ୟା ଓ ଅର୍ଥନୈତିକ ଅଧୋଗତି ତୀବ୍ର ହୁଏ । ଯେଉଁଠି ଖାଦ୍ୟ ଦ୍ରବ୍ୟ କିଣିବା ଏକ ଆହ୍ୱାନ ହୋଇଯାଏ, ସେତେବେଳେ ଅନ୍ୟ ଉପଭୋକ୍ତା ସାମଗ୍ରୀ କଥା କିଏ ପଚାରେ! ତେଣୁ ଏହା ଦେଶର ଅର୍ଥନୈତିକ ପରିସ୍ଥିତିକୁ ମଧ୍ୟ ଦୋହଲେଇ ଦେବ । ତେଣୁ ସମାଜରେ ବିସମତା ରହିବା କେବଳ ଗରିବ ମାନଙ୍କର ଏକ ସମସ୍ୟା ନୁହେଁ ଏହା ସମସ୍ତଙ୍କର ସମସ୍ୟା ।

ଯେତେବେଳେ କୌଣସି ସମାଜରେ ଏକ ଜନସ୍ୱାସ୍ଥ୍ୟ ସମସ୍ୟା ବା ମହାମାରୀ ଦେଖାଦେଇଥାଏ ସେତେବେଳେ ଏହା ଏକ ଚକ୍ର ପରି କାମ କରିଥାଏ । ମହାମାରୀ ନିମ୍ନ ଆୟ ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତିକୁ ଅଧିକ କ୍ଷତି ପହଂଚେଇଥାଏ, ଉତ୍ପାଦନଶୀଳତା କମିଯାଇଥାଏ ଓ ସେମାନଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ସମସ୍ୟା ବି ଅଧିକ ଦେଖାଦେଇଥାଏ । ଆମ ଦେଶରେ ଆମେ ଏବେ ଶ୍ରମିକ, ଛୋଟ ବେପାରୀ ମାନଙ୍କ ଅବସ୍ଥାକୁ ଦେଖୁଛୁ । ସେମାନେ ବେଶି ଦିନ ଘରେ ରହିପାରିବେ ନାହିଁ । କାରଣ ତାହା ଦ୍ୱାରା ସେମାନଙ୍କର ରୋଜଗାର ହୋଇପାରିବ ନାହିଁ । ଦିନେ ନା ଦିନେ ସେମାନେ ବାହାରକୁ ଆସିବେ ଓ ପ୍ରକାରାନ୍ତରେ ତାହା ସଂକ୍ରମଣର କାରଣ ବି ହୋଇପାରେ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.