Latest Odisha News

BREAKING NEWS

ବଡ଼ଚଣା ଥାନା ଅଧିକାରୀ ଶ୍ରୀମନ୍ଦିର ପ୍ରବେଶ ପ୍ରସଙ୍ଗ: ନିଲମ୍ବିତ ହେଲେ ସମ୍ପୃକ୍ତ ସେବକ ଲକ୍ଷ୍ମୀନାରାୟଣ ପୂଜାପଣ୍ଡା

ପୁରୀ: ଲକଡାଉନ ନିୟମ ଭାଙ୍ଗି ବଡ଼ଚଣା ଥାନା ଅଧିକାରୀ ଶ୍ରୀମନ୍ଦିର ପ୍ରବେଶ ଘଟଣାରେ ନିଲମ୍ବିତ ହୋଇଛନ୍ତି ସମ୍ପୃକ୍ତ ସେବକ ଲକ୍ଷ୍ମୀନାରାୟଣ ପୂଜାପଣ୍ଡା ।

ତାଙ୍କୁ ପୂଜାପଣ୍ଡା ନିଯୋଗ ପକ୍ଷରୁ ନିଲମ୍ବିତ କରାଯାଇଛି । ଲକ୍ଷ୍ମୀନାରାୟଣଙ୍କୁ ନିଯୋଗ ର ସଦସ୍ୟତା ପଦରୁ ନିଲମ୍ବନ କରିଛି ପୂଜାପଣ୍ଡା ନିଯୋଗ ।
ନିଯୋଗ ର ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ପୂଜାପଣ୍ଡା ସେବକ ଶ୍ରୀମନ୍ଦିର ସେବା ପୂଜାରେ ଯୋଗ ଦେଇ ପାରିବେ ନାହିଁ ବୋଲି କୁହାଯାଇଛି ।

ଏନେଇ ଶ୍ରୀମନ୍ଦିର ପ୍ରଶାସନ ଅଭିଯୁକ୍ତ ପୂଜାପଣ୍ଡା ସେବକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା।

ତେବେ ନୋଟିସ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ପୂଜାପଣ୍ଡା ନିଯୋଗ କୁ ଆଦେଶ ମଧ୍ୟ ଜାରି କରିଥିଲେ ।

ନୋଟିସ ଆଧାରରେ ରବିବାର ସମ୍ପୃକ୍ତ ସେବକଙ୍କୁ ନିଲମ୍ବନ କରିଛି ନିଯୋଗ ।

ସୂଚନା ଅନୁଯାୟୀ, ଲକଡାଉନ ସମୟରେ ବଡଚଣା ଆଇଆଇସି ଦୀପକ ଜେନା ପରିବାର ସହ ଶ୍ରୀମନ୍ଦିରକୁ ଦକ୍ଷିଣ ଦ୍ୱାର ପଟେ ପ୍ରବେଶ କରିଥିଲେ । ତାଙ୍କୁ ଏଥିରେ ସେବକ ଲକ୍ଷ୍ମୀନାରାୟଣ ପୂଜାପଣ୍ଡା ସାହାଯ୍ୟ କରିଥିବା ପ୍ରକାଶ ।

କରୋନା କଟକଣା ସତ୍ତ୍ୱେ ଶ୍ରୀମନ୍ଦିରରେ ବଡଚଣାର ଆଇଆଇସି ପ୍ରବେଶ ପ୍ରସଙ୍ଗରେ ପୂର୍ବରୁ ଉକ୍ତ ପୂଜାପଣ୍ଡାଙ୍କୁ ପୋଲିସ ଅଟକ ରଖିଥିଲା । ମନ୍ଦିର ଭିତରେ ପୂଜାପଣ୍ଡା ଆଇଆଇସି ଦୀପକ ଜେନାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ତାଙ୍କୁ ଅଟକ ରଖାଯାଇଥିଲା ।

Leave A Reply

Your email address will not be published.