Latest Odisha News

BREAKING NEWS

ପ୍ରବାସୀଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ଲାଗି ସହାୟତା କଲେ ଖୋର୍ଦ୍ଧା ପୋଲିସ

ଖୋର୍ଦ୍ଧା/ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବାହାର ରାଜ୍ୟର ଶ୍ରମିକମାନେ ଚାଲି ଚାଲି ନିଜ ରାଜ୍ୟକୁ ଯାଉଥିବା ବେଳେ ଓଡ଼ିଶା ପୋଲିସ ସେମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଏବେ ପୋଲିସ ସହାୟତରେ ବାହାର ରାଜ୍ୟକୁ ଯାଉଛନ୍ତି ହଜାର ହଜାର ପ୍ରବାସୀ ଶ୍ରମିକ ।

ଏବେ ଲକ୍‌ଡ଼ାଉନ୍ ସମୟରେ କାମଧନ୍ଦା ପ୍ରାୟ ଠପ୍ ହୋଇଯାଇଛି । ତେଣୁ ନିଜ ରାଜ୍ୟକୁ ଚାଲିଯାଉଛନ୍ତି ଏହି ପ୍ରବାସୀ ଶ୍ରମିକମାନେ । ଜାତୀୟ ରାଜପଥରେ ଚାଲିଚାଲି ଯାଉଥିବା ବେଳେ ଖୋର୍ଦ୍ଧା ପୋଲିସ ପକ୍ଷରୁ ଏହି ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ସହାୟତା ପ୍ରଦାନ କରାଯାଇଛି ।

ଏହି ଭୋକିଲା ଶ୍ରମିକ ମାନଙ୍କୁ ଖାଦ୍ୟ ପଦାର୍ଥ ଦେବା ସହିତ ଭୋଜନ କରାଇ ନିଜ ରାଜ୍ୟକୁ ସ୍ୱତନ୍ତ୍ର ବସ ଯୋଗେୁ ପଠାଇବା ବ୍ୟବସ୍ଥା କରିଛନ୍ତି ଖୋର୍ଦ୍ଧା ପୋଲିସ ।

ଓଡ଼ିଶା ପୋଲିିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ପୋଲିସ ବାଲୁଗାଁ, ଟାଙ୍ଗି, ନାଚୁଣି ତଥା ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଶ୍ରମିକ ମାନଙ୍କୁ ଆଣି ସ୍ୱତନ୍ତ୍ର ବସ ଯୋଗେ ସେମାନଙ୍କ ରାଜ୍ୟକୁ ପଠାଇଛି ।

Leave A Reply

Your email address will not be published.