Latest Odisha News

BREAKING NEWS

ନିଲାମ ହେବ ଦେଶର ୬ଟି ବିମାନବନ୍ଦର

ନୂଆଦିଲ୍ଲୀ: ଭାରତର ଏୟାରସ୍ପେଶର ବୃଦ୍ଧି କରିବା ପାଇଁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ସେ କହିଛନ୍ତି , ଦେଶର ୬ଟି ବିମାନବନ୍ଦରକୁ ନିଲାମ କରାଯିବ। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ସାହାଯ୍ୟରେ ଏହି କାମକୁ ଦୁଇ ମାସ ମଧ୍ୟରେ ଶେଷ କରାଯିବ।

ଏୟାରସ୍ପେଶର ବୃଦ୍ଧି ଘଟିଲେ ପ୍ରାୟ ୧ ହଜାର କୋଟି ଟଙ୍କାର ଲାଭ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଏୟାରସ୍ପେସକୁ ରେସନାଲାଇଜେସନ କରାଯିବ। ଫଳରେ ସମୟ ବଞ୍ଚିବା ସହିତ କମ୍ ଇନ୍ଧନ ଖର୍ଚ୍ଚ ହେବ। ଏଥିସହ ଦେଶର ଆଉ ୬ଟି ଏୟାରପୋର୍ଟର ଉନ୍ନତିକରଣ ପିପିପି ମୋଡରେ କରାଯିବ। ଏଥିପାଇଁ ୧୩ ହଜାର କୋଟିର ନିବେଶ କରିବାକୁ ଘୋଷଣା ହୋଇଛି ।

ଯେଉଁଥିରେ ଭିତ୍ତିଭୂମି ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ଅନେକ ଉନ୍ନତିମୂଳକ କାର‌୍ୟ୍ୟ ହାତକୁ ନିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମହାକାଶ ଗବେଷଣା କ୍ଷେତ୍ରରେ ଘରୋଇ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ। ଏହି କମ୍ପାନୀଗୁଡ଼ିକ ମଧ୍ୟ ମାହାକାଶ ଗବେଷଣା କ୍ଷେତ୍ରରେ ଆଗକୁ ଯିବ। ଏଥିପାଇଁ ନୂଆ ପଲିସି ଅଣାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.